July 27, 2025
Home » ଦେବଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଦେବଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

0
deba-panchyat

ଦେବଗଡ଼: ବିଜୁ ପଟ୍ଟନାୟକ ପ୍ରେକ୍ଷାଲୟ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି l ଉକ୍ତ ଦିବସରେ ମୁଖ୍ୟତିଥି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରଣ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୋଗେଶ ଚନ୍ଦ୍ର ପ୍ରଧାନ
ଭାରପ୍ରାପ୍ତ ପୌର ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ପ୍ରଜିତ କୁମାର ଭୋଜ ଅଧକ୍ଷା ତିଳେଇବନି ବୃନ୍ଦାବତୀ ଭୋଇ vice chairman ଆରତୀ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟ ତିଳେଇବଣି ରାଜେଶ ମହାନାୟକ ଜିଲ୍ଲା ପରିଷଦ ସଭ୍ୟ ରିଆମାଳ ବାସନ୍ତୀ ବେହେରା ଭାରପ୍ରାପ୍ତ ମୁଖ୍ୟ ଉନ୍ୟାୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ତଥା ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ ଯୋଗଦେଇ କହିଥିଲେ ଯେ ଏପ୍ରିଲ ୨୪,୧୯୯୩ ମସିହାରେ ୭୩ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମର କାର୍ଯ୍ୟକାରିତାକୁ ଚିହ୍ନିତ କରେ, ଯାହା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିଲା । ଭାରତର ଗଣତାନ୍ତ୍ରିକ ଢାଞ୍ଚାରେ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱକୁ ସ୍ୱୀକାର କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ। ଏହି ଐତିହାସିକ ସଂଶୋଧନ ଫଳରେ ସାରା ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଯାହା ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ସଶକ୍ତ କରିଥିଲା ଏବଂ ତୃଣମୂଳ ଗଣତନ୍ତ୍ରକୁ ସୁଦୃଢ଼ କରିଥିଲା। ଶାସନକୁ ତୃଣମୂଳ ସ୍ତରକୁ ଆଣିବା, ଗ୍ରାମ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ଏହି ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏକ ଦେଶର ବିକାଶ ତଥା ରାଜ୍ୟର ବିକାଶ ଏହାର ପଞ୍ଚାୟତର ବିକାଶ ଉପରେ ନିର୍ଭର କରିଥାଏ । ସ୍ଥାନୀୟ ପି.ଆର.ଆଇ ସଦସ୍ୟମାନେ ତୃଣମୂଳ ସ୍ତରରୁ ପଞ୍ଚାୟତର ବିକାଶ ନିମନ୍ତେ କାମ କରିପାରିବେ ଯାହା କି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିପାରିବ । ଏହା ହିଁ ହେଉଛି ପଞ୍ଚାୟତିରାଜ ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ।ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ସଶକ୍ତ କରି, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କ ନିଜସ୍ୱ ବିକାଶର ଦାୟିତ୍ୱ ନେବାକୁ ଏବଂ ସେମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ସୂଚିତ ନିଷ୍ପତ୍ତି ନେବାକୁ ସକ୍ଷମ କରିଥାଏ। ।ପଞ୍ଚାୟତିରାଜ ବ୍ୟବସ୍ଥା ର ସୁଦୃଢ଼ୀକରଣ ନିମନ୍ତେ ଅନେକ ଗୁଡ଼ିଏ ବ୍ୟବସ୍ଥା କରାଯାଇଛି ଯେପରି କେନ୍ଦ୍ର ସ୍ତରୀୟ ପାଣ୍ଠି ତଥା ରାଜ୍ୟସ୍ତରୀୟ ପାଣ୍ଠି ଆଦିର ବ୍ୟବସ୍ଥା କରାଯାଇଛି।

ଗୋଟିଏ ଦେଶର ମେରୁଦଣ୍ଡ ହେଉଛି ଗାଁ । ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ ।ସେଥିପାଇଁ ଜାତୀୟ ପଞ୍ଚାୟତିରାଜ ଦିବସ ରେ ରାଜ୍ୟ ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷ ରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ପ୍ରଣୟନ କରାଯାଇଛି, ଯାହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।ଉକ୍ତ ଦିବସରେ ନୂତନ ରାସରାସନ୍ କାର୍ଡ ୧୦ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୫ ଜଣଙ୍କୁ ମାନପତ୍ର ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ୫ ଜଣଙ୍କୁ ଗୁରୁଃସଙ୍ଗେ ଗ୍ରାମ ପଞ୍ଚାୟତର ଵାଣିଶ୍ୱର ପ୍ରଧାନ, ମାକରି ନାୟକ, କିସାନୀ ମନ୍ତ୍ରୀ, ସର ପ୍ରଧାନ, କୁମୁଦୁନି ନାୟକଙ୍କୁ ୪୦, ୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି l ଖିଲେଇ ଗ୍ରାମପଞ୍ଚାୟତକୁ ଆର୍ଥିକ ବର୍ଷ ୨୦୨୩-୨୪ ରେ ପଞ୍ଚଯାତର ନିଜସ୍ୱ ପାଣ୍ଠିରେ ଶତକଡା ୧୦୬ ପ୍ରତିଶତ ବୃଦ୍ଧି କରିବା ସହ ପଞ୍ଚମ ରାଜ୍ୟ ଅର୍ଥ କମିଶନରେ ମିଳିଥିବା ପାଣ୍ଠି ର ବିନିଯୋଗରେ ଉନ୍ନତ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷ ତରଫରୁ ୫୭୯୭୧୦ ଅର୍ଥରାଶି ପ୍ରଦାନ, ଲୁଲଙ୍ଗ ଗ୍ରାମ ପଞ୍ଚାୟତ ଆର୍ଥିକ ବର୍ଷ ୨୦୨୩-୨୪ ରେ ପଞ୍ଚାୟତ ର ନିଜସ୍ବ ପାଣ୍ଠି ରେ ଶତକଡା ୩୬ ପ୍ରତିଶତ ବୃଦ୍ଧି କରିବା ସହ ପଞ୍ଚମ ରାଜ୍ୟ ଅର୍ଥ କମିଶନ ରେ ମିଳିଥିବା ପାଣ୍ଠି ର ବିନିଯୋଗ ରେ ଉନ୍ନ‌ତ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ତରଫ ରୁ ୩୮୬୪୭୩ (ତିନି ଲକ୍ଷ ଛୟାଅସି ହଜାର ଚାରି ସହ ତେସତୁରି) ଟଙ୍କା ପ୍ରୋଶ୍ଚାହନ ରାଶି ପ୍ରଦାନ, ତାରଙ୍ଗ ଗ୍ରାମ ପଞ୍ଚାୟତ ଆର୍ଥିକ ବର୍ଷ ୨୦୨୩-୨୪ ରେ ପଞ୍ଚାୟତ ର ନିଜସ୍ବ ପାଣ୍ଡି ଶତକଡା ୩୨ ପ୍ରତିଶତ ବୃଦ୍ଧି କରିବା ସହ ପଞ୍ଚମ ରାଜ୍ୟ ଅର୍ଥ କମିଶନ ରେ ମିଳିଥିବା ପାଣ୍ଠି ର ବିନିଯୋଗ ରେ ଉନ୍ନ‌ତ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ତରଫ ରୁ ୩୮୬୪୭୩(ତିନି ଲକ୍ଷ ଛୟାଅସି ହଜାର ଚାରି ସହ ତେସତୁରି) ଟଙ୍କା ପ୍ରୋଶ୍ଚାହନ ରାଶି ପ୍ରଦାନ କରାଯାଉଛି। ୨୦୨୪ -୨୫ ଆର୍ଥିକ ବର୍ଷ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ତିଳେଇବଣି ପଞ୍ଚୟତ ସମିତି ର ତାଳକୁଣ୍ଡି ଗ୍ରାମ ପଞ୍ଚାୟତ ଧାର୍ଯ୍ୟ ଲକ୍ଷ ଠାରୁ ଅଧ‌ିକ ଶ୍ରମ ଦିବସ ସୃଷ୍ଟି କରିବା ଦିଗରେ ଉଲେଖନୀୟ ସଫଳତା ହାସଲ କରିଥିବାରୁ ପୁରସ୍କୃତ କରାଗଲା l ୨୦୨୪ -୨୫ ଆର୍ଥିକ ବର୍ଷ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ରିଆମାଳ ପଞ୍ଚାୟତ ସମିତି ର କଣ୍ଟାବାହାଳ ଗ୍ରାମ ପଞ୍ଚାଯତ ଅଧିକ ସଂଖ୍ୟକ ପରିବାର କୁ ୧୦୦ ଦିନ ର କାର୍ଯ ଦିବସ ଯୋଗେଇବା ରେ ଉଲେଖନୀୟ ସଫଳତା ହାସଲ କରିଥିବାରୁ ପୁରସ୍କୃତ କରାଗଲା l ଆର୍ଥିକ ବର୍ଷ ୨୦୨୪-୨୦୨୫ ରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ପ୍ରସଂଶା ପତ୍ର ପ୍ରଦାନ କରାଯାଉଅଛି।ଆର୍ଥିକ ବର୍ଷ ୨୦୨୪-୨୦୨୫ ରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପି.ଏମ.ଜନମନ) ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ଧାର୍ଯ୍ୟ ଲକ୍ଷ୍ୟ ପୁରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ପ୍ରସଂଶା ପତ୍ର ପ୍ରଦାନ କରାଯାଉଅଛି। ସ୍ୱଚ୍ଛ ଭାରତ ମିଶନ ରିଆମାଳ ବ୍ଲକର ନାଉଲିପାଡା ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ହିସାବରେ ସନ୍ନମାନିତ କରାଯାଇଥିଲା l ଏଇ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟତ ଗୋଷ୍ଟି ଓ ଜନସାଧାରଣ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମନୋରଞ୍ଜନ ସୁତାର।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *