July 2, 2025
Home » ଦେବସ୍ଥଳୀ ଏବଂ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ

ଦେବସ୍ଥଳୀ ଏବଂ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ

0
WhatsApp Image 2025-04-07 at 8.56.58 PM

ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ଆଜି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଦେବସ୍ଥଳୀ ଏବଂ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ l
ସରକାର ଓଡ଼ିଆ ପକ୍ଷର ପାଳନ କରିବା ଅବସରରେ ଆଜି ଦିନକୁ ସଫେଇ ପାଇଁ ଉତ୍ସର୍ଗୀକୃତ କରିଛନ୍ତି l “ଏହି ଦିନଟିର ଯଥାର୍ଥତା ଆଣିବା ଏବଂ ସହରର ଦେବସ୍ଥଳୀ ଓ ଐତିହ୍ୟ ସ୍ଥାନର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ l ଏଥିରେ ଜନ ସହଯୋଗ ମିଳିଛି l ଏହା ସାରା ଭୁବନେଶ୍ବରକୁ ସ୍ଵଚ୍ଛତାର ଶୀର୍ଷରେ ପହଞ୍ଚାଇବ ବୋଲି ମୋର ଦୃଢ ବିଶ୍ଵାସ “, ଲିଙ୍ଗରାଜ ଅଞ୍ଚଳ ଗଣ ସଫେଇରେ ଯୋଗ ଦେଇ ଏହି ବାର୍ତ୍ତା ଦେଇଛନ୍ତି ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ l

ଏହି ଅବସରରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲିଆ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଜୋନ୍ ଅଧିକାରୀ ରାଜଲକ୍ଷ୍ମୀ ନାୟକ, ସହାୟକ କମିଶନର ଏନ୍ ଗଣେଶ ବାବୁ, ଅଞ୍ଚଳର ପ୍ରମୁଖ ନେତୃବୃନ୍ଦ ଏବଂ ଟିମ୍ ବି ଏମ୍ ସି ଉପସ୍ଥିତ ଥିଲେ l
ସହରର ପ୍ରମୁଖ ଦେବସ୍ଥଳୀ ଓ ଐତିହ୍ୟ ସ୍ଥଳୀର ସଫେଇ ମଧ୍ୟ କରାଯାଇଛି l ବିଭିନ୍ନ ଜୋନରେ କର୍ପୋରେଟର, ଅଧିକାରୀ କର୍ମଚାରୀମାନେ ଯୋଗଦେଇ ଏହି ସଫେଇ କାର୍ଯ୍ୟ କରିଛନ୍ତି l

Leave a Reply

Your email address will not be published. Required fields are marked *