August 27, 2025
Home » ଦେଶର ଅର୍ଥନୀତିକୁ ଶକ୍ତ ଝଟ୍‌କା, ୨ ବର୍ଷରେ ସର୍ବନିମ୍ନ ସ୍ତରରେ ଜିଡିପି

ଦେଶର ଅର୍ଥନୀତିକୁ ଶକ୍ତ ଝଟ୍‌କା, ୨ ବର୍ଷରେ ସର୍ବନିମ୍ନ ସ୍ତରରେ ଜିଡିପି

0
WhatsApp Image 2024-11-30 at 10.21.20 AM

ଭୁବନେଶ୍ୱର:ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ବିରୋଧୀ ଦଳ ସବୁବେଳେ ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି । କିନ୍ତୁ ଲୋକେ ଆଶୀର୍ବାଦ ଦେଉଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନିର୍ବାଚନର କିଛିମାସ ପୂର୍ବରୁ ବଡ଼ବଡ଼ ରାଜନୀତିକ ପଣ୍ଡିତମାନେ ଓଡ଼ିଶାରେ ବିଜେପିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଥିଲେ । ଓଡ଼ିଶାରେ ବିଜେପି ଏତେବଡ଼ ଶକ୍ତି ନୁହେଁ ଯେ, ରାଜ୍ୟରେ ଏକାକୀ ସରକାର ଗଢ଼ିବ । କିନ୍ତୁ ଫଳାଫଳ ଆସିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଓଡ଼ିଶାର ଲୋକେ ବିଜେପିର କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ସ୍ୱୀକାର କରିଥିଲେ ଓ ବିଗତ ୧୦ବର୍ଷ ମଧ୍ୟରେ ଗାଁ ଗାଁ ଓ ଘରେଘରେ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଂଚାଇବା ପାଇଁ କ୍ରମାଗତ କାର୍ଯ୍ୟ କରୁଥିଲୁ । ଏଠି ଆମ ଯୋଜନାର ନାଁ ପରିବର୍ତ୍ତନ କରିଦିଆଯାଉଥିଲା । ତଥାପି ଆମେ କାମ କରି ଚାଲିଥିଲୁ । କେନ୍ଦ୍ର ସରକାର ବା ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ଯେତିକି ଏବେ ଅଛି ତାହା ପୂର୍ବରୁ କେବେ ନଥିଲା । ଓଡ଼ିଶା ପାଇଁ ବଜେଟ ପରିମାଣକୁ ୩ଗୁଣ କରିଥିଲୁ । କିଛି ଭେଦଭାବ କରିନଥିଲୁ । ସେଥିପାଇଁ ଓଡ଼ିଶାର ଲୋକେ ବିଜେପିକୁ ବିଶ୍ୱାସ କଲେ ଓ ଆଶୀର୍ବାଦ ଦେଲେ ।
ଏଠାରେ ପ୍ରଧାନମନ୍ତ୍ରୀ ଜନସାଧାରଣ ଙ୍କୁ ସରକାରଙ୍କ ପ୍ରସନ୍ସା ଓପ୍ରୋତ୍ସାହନ ଗୁଣଗାନ କରୁଥିବା ବେଳେ ସେପଟେ ଦେଶରେ ବିକାଶ ବାଟହୁଡା ଦେଖିବାକୁ ମିଳିଛି।
ଦେଶର ଅର୍ଥନୀତିକୁ ଲାଗିଛି ବଡ଼ ଝଟ୍‌କା। କାରଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ଆର୍ଥିକବର୍ଷ ଜୁଲାଇ-ସେପ୍ଟେମ୍ବର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାସରେ ୫.୪ ପ୍ରତିଶତକୁ ହ୍ରାସ ଘଟିଛି, ଯାହାକି ବିଗତ ୭ ତ୍ରୈମାସିକ ବା ୨୧ ମାସରେ ସର୍ବନିମ୍ନ। ବିନିର୍ମାଣ ବା ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହାପୂର୍ବରୁ ୨୦୨୩-୨୪ ଆର୍ଥିକବର୍ଷ ଅର୍ଥାତ୍‌ ଏକ ବର୍ଷ ପୂର୍ବେ ସମାନ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିଥିଲା।

ସେହିପରି ୨୦୨୨-୨୩ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସିକରେ ଅଭିବୃଦ୍ଧି ସର୍ବନିମ୍ନ ୪.୩ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଦର୍ଶାଉଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିଥିଲା, ଯାହା ପୂର୍ବ ବର୍ଷର ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ତେବେ କଥିତ ତ୍ରୈମାସିକରେ ଉତ୍ପାଦନ ବା ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିଲାବେଳେ ଠିକ୍‌ ବର୍ଷକ ପୂର୍ବେ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା। ବର୍ତ୍ତମାନ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୬ ପ୍ରତିଶତ ଉପରେ ଥିଲା। ଅପରପକ୍ଷେ ଗତ ଆର୍ଥି ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଥିଲା। ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୭ ମାସରେ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ସମ୍ପୂର୍ଣ୍ଣ ବର୍ଷ ପାଇଁ ରଖାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟର ୪୬.୫ ପ୍ରତିଶତରେ ପହଞ୍ଚିଛି। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ)ର ତଥ୍ୟ ଅନୁଯାୟୀ, ଏପ୍ରିଲ୍-ଅକ୍ଟୋବର ମଧ୍ୟରେ ଆର୍ଥିକ ନିଅଣ୍ଟ ୭,୫୦,୮୨୪ କୋଟି ଟଙ୍କା ଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସରକାରଙ୍କ ଖର୍ଚ୍ଚ ଏବଂ ରାଜସ୍ୱ ମଧ୍ୟରେ ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ।

Leave a Reply

Your email address will not be published. Required fields are marked *