ଦେଶୀ ମଦ ଓ ବିଅର ଜବତ, ୦୩ ଗିରଫ
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାର, ବଗେଇପୁର ଓ କୁପାରୀ ଗ୍ରାମରେ ଚଢ଼ାଉ କରାଯାଇ ୫୦ ଲିଟର ଦେଶୀ ରନ୍ଧା ମଦ ଓ ୯.୧୦୦ ଲିଟର ବିଅର ଜବତ କରାଯିବା ସହିତ ଗଣ୍ଡିବେଡ଼ ଗ୍ରାମର ଈଶ୍ୱରଚନ୍ଦ୍ର ଦାସ , କୁପାରୀ ଗ୍ରାମର ଯମୁନା ପଇଦା ଓ ବଗେଇପୁର ଗ୍ରାମର ସୁବାସିନୀ ମହନ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
