February 25, 2026
Home » ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

0
WhatsApp Image 2025-10-15 at 6.10.02 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଖେଳ ପଡିଆ ଠାରେ ଦ୍ଵିତୀୟ ଦୋଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ଜଗନ୍ନାଥ ମେହେରଙ୍କ ସଭାପତିତ୍ୱରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ଜଗଦିଶ ମଲ୍ଲିକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ l ସଭାରେ ପୂର୍ବ ବର୍ଷର ଆୟ ଓ ବେୟ ଉପସ୍ଥାପନା କରିଥିଲେ l ପୂର୍ବ ବର୍ଷର ବକେୟା ପରିଶୋଧ କରି ଆସନ୍ତା ବର୍ଷ ନିମନ୍ତେ ଅର୍ଥ ବ୍ୟବସ୍ଥା କରିବା ନିଷ୍ପତ୍ତି ଗ୍ରହଣ କରିଥିଲେ l ଆସନ୍ତା କମ ଦିନରେ ମହୋତ୍ସବ କମିଟି ପଞ୍ଜିକରଣ ସହିତ ପାସ ବହି ଖୋଲିବା ନିମନ୍ତେ ସ୍ଥିର କରାଗଲା l ଆସନ୍ତା ଦିନରେ ପୂର୍ଣ୍ଣାଙ୍ଗକମିଟି କରିବା ସହିତ ସଭ୍ୟ ଚାନ୍ଦା ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା l ବିଭିନ୍ନ ଆଲୋଚନାରେ ଗୋବର୍ଦ୍ଧନ କର୍ଣ୍ଣ, ତ୍ରିନାଥ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଉର୍ମା, ମହାଦେବ ମହାନନ୍ଦିଆ, ନୀଳକଣ୍ଠ ସାହୁ, କେଶବ ଦେହୁରୀ, ଭୁବନ ମହାକୁଡ଼, ନରେନ୍ଦ୍ର ଷlଣ୍ଡ, ସୀତାରାମ ମେହେର, ତ୍ରିଲୋଚନ ମେହେର, ଅଶୋକ ବେହେରା, ଉଦ୍ଧବ କଳତା, ଶରଦ ବିଶ୍ୱାଳ, ସୁଜିତ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ସୁଶାନ୍ତ ପ୍ରଧାନ, ନକୁଳ ପ୍ରଧାନ, ପୀତବାସ ପ୍ରଧାନ, ନିର୍ଗୁଣ ମହାକୁଡ଼ ଓ କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *