August 1, 2025
Home » ଦ୍ରୁତତ୍ତମ ୫o ଏଏମଟି ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦରର ଐତିହାସିକ ମାଇଲଖୁଣ୍ଟ ସ୍ଥାପନ

ଦ୍ରୁତତ୍ତମ ୫o ଏଏମଟି ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦରର ଐତିହାସିକ ମାଇଲଖୁଣ୍ଟ ସ୍ଥାପନ

0
WhatsApp Image 2025-07-30 at 7.14.43 PM

ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ଚଳିତ ଆର୍ଥିକ ବର୍ଷରେ ଅଭୁତପୂର୍ବ ଦ୍ରୁତତ୍ତମ ୫o ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି l ବନ୍ଦର ଇତିହାସରେ ଏହି କୀର୍ତ୍ତିମାନ ସ୍ଥାପନ ବନ୍ଦରର କାର୍ଯ୍ୟ ଦକ୍ଷତା, ରଣନୀତି ଓ ଉତ୍ତମ ପରିଚାଳନା ଶକ୍ତି କୁ ଦର୍ଶାଉଛି l ତେବେ ପୂର୍ବ ବର୍ଷ ରେକର୍ଡ ର ୪ ଦିନ ପୂର୍ବରୁ ଏହି ବିରଳ କୀର୍ତ୍ତିମାନ ସ୍ଥାପନ ହୋଇପାରିଛି l ବନ୍ଦରର ଏହି ପଣ୍ୟ ଅଭିବୃଦ୍ଧି ମଧ୍ୟରେ କୋଇଲା ୨୨.o୬ ଏମଏମଟି ପଣ୍ୟ ପରିଚାଳନା କରି o.୫୩ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ କଣ୍ଟେନର ପଣ୍ୟ ୨୭.୮o ପ୍ରତିଶତ, ଅଶୋଧିତ ତୈଳ ୧୧.୩୬ ଏମଏମଟି ରେ ପହଞ୍ଚି ୧୪.୯୭ ପ୍ରତିଶତ ଓ ସାର ରେ ୮.୪୧ ପ୍ରତିଶତ ଅଭିବୃଦ୍ଧି ଘଟିଛି l ତେବେ ଏହି ଐତିହାସିକ ସଫଳତା ପାଇଁ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଙ୍କ ଦୃଢ଼ ନେତୃତ୍ୱ ଓ ପାରଦର୍ଶି ମାର୍ଗଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଦର୍ଶାଇବା ସହ ତାଙ୍କୁ କୃତଜ୍ଞତା ଜଣାଇବା ସହ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ, ବ୍ୟବହାରକାରୀ, ଷ୍ଟିଭେଡୋର୍ସ, ଜାହାଜ ଏଜେଣ୍ଟ, ଟ୍ରେଡ଼ ୟୁନିଅନ ଓ ଅପରେଟର ମାନଙ୍କୁ ବନ୍ଦରର ଏହି ସଫଳତା ପାଇଁ ପ୍ରଶଂସା କରିଛନ୍ତି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *