February 21, 2026
Home » ଧବଲମୁଖୀ ବେଶ ରେ ଦର୍ଶନ ଦେଲେ ମାଁ ସୁରେଶ୍ୱରୀ l

ଧବଲମୁଖୀ ବେଶ ରେ ଦର୍ଶନ ଦେଲେ ମାଁ ସୁରେଶ୍ୱରୀ l

0
WhatsApp Image 2025-09-21 at 1.34.01 PM

ସୁବର୍ଣ୍ଣପୁର: ମହାଳୟା ଅମାବାସ୍ୟା ଅବସରରେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ପ୍ରସିଦ୍ଧ ମାଁ’ ସୁରେଶ୍ୱରୀ ଦେବୀ ଭକ୍ତମାନଙ୍କୁ ଦୁର୍ଲଭ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ସାଧାରଣତଃ ବର୍ଷର ସମସ୍ତ ଦିନ ଲାଲବର୍ଣ୍ଣୀ ମୁଖମଣ୍ଡଳରେ ଦେବୀଙ୍କ ଦର୍ଶନ ମିଳୁଥାଏ, କିନ୍ତୁ ଏକମାତ୍ର ଏହି ଦିନ ସେଇ ଶ୍ୱେତବର୍ଣ୍ଣୀ ବେଶରେ ପ୍ରକାଶିତ ହୁଅନ୍ତି।
ଜନବିଶ୍ୱାସ ଅନୁସାରେ, ଏହି ଦର୍ଶନ ଗଙ୍ଗାସ୍ନାନ ଓ ତୀର୍ଥଦର୍ଶନ ସହ ସମାନ। ଭକ୍ତମାନେ ମନେକରନ୍ତି ଯେ, ଏହା ଆତ୍ମିକ ସଫଳତା, ପାପମୋଚନ ଓ ମନୋକାମନା ପୂର୍ଣ୍ଣତାର ପ୍ରତୀକ। ମହାଳୟା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ଭିଡ଼ରେ ସୋନପୁର ଭକ୍ତିଭାବରେ ମହିମାୟିତ ହୋଇଥିଲା।ଏହି ଶୁଭ ଅବସରରେ ମା’ସୁରେଶ୍ୱରୀଙ୍କ ସହିତ ମା’ଭଗବତୀ, ମା’ମାଣିକେଶ୍ୱରୀ, ମା’ଭୁବନେଶ୍ୱରୀ ଓ ମା’ଦୁର୍ଗାଦେବୀ ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ସକାଳୁ ସହରର ସମସ୍ତ ଦେବୀ ପୀଠ ଚଳଚଞ୍ଚଳ ହେlଇଉଠିଛିl ହଜାର ହଜାର ଶ୍ରଦ୍ଧାଳୁ ମାଁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରି ନିଜନିଜକୁ ଧନ୍ୟ ମଣିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *