ଧରଣୀଧର ମେଡିକାଲ କଲେଜରେ ହୃଦଘାତ ଚିକିତ୍ସା ସମ୍ୱନ୍ଧୀୟ ତାଲିମ ଶିବିର

କେନ୍ଦୁଝର: ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତର ଖାନା ପରିସରରେ ମଙ୍ଗଳବାର କୁତ୍ରିମ ଉପାୟରେ ସ୍ବାସକ୍ରିୟା ସମ୍ୱନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରମାଣପତ୍ର ପାଠ୍ୟକ୍ରମ ଏବଂ ସ୍ୱାସ୍ଥ୍ୟସେବା, ବୃତ୍ତିଗତ ଜନ ସୁରକ୍ଷା କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ପ୍ରତିକ୍ରିୟାକାରୀଙ୍କ ଦ୍ୱାରା ବୟସ୍କ,ପିଲା ଏବଂ ଶିଶୁଙ୍କ ଶ୍ୱାସକ୍ରିୟା ଏବଂ ହୃଦଘାତର ଜରୁରୀକାଳୀନ ପରିସ୍ଥିତି ପରିଚାଳନା ପାଇଁ ବ୍ୟବହୃତ ଜୀବନ ରକ୍ଷାକାରୀ କୌଶଳ ବିଷୟରେ ଲୋକଙ୍କୁ ବୁଝାଯାଇଥିଲା।
ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନ୍, ରେଡିଓଗ୍ରାଫର, ସାନିଟାରୀ, କର୍ମଚାରୀ, ସୁରକ୍ଷା କର୍ମୀ, ରକ୍ଷଣାବେକ୍ଷଣ କର୍ମଚାରୀ ଗଣ ଯୋଗ ଦେଇଥିଲେ। ଡିନ୍ ଏବଂ ପ୍ରିନ୍ସିପାଲ୍ ପ୍ରଫେସର ଡକ୍ଟର ଚିନ୍ମୟୀ ମହାପାତ୍ର, ପ୍ରଫେସର ଡକ୍ଟର ମହେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଫେସର ଡକ୍ଟର ପ୍ରଭାତ କୁମାର ଥାଟୋଇ କୃତ୍ରିମ ଶ୍ୱାସକ୍ରିୟା ସଂକ୍ରାନ୍ତୀୟ ବିଭିନ୍ନ ମଡେଲ ଗୁଡିକୁ ଦେଖାଇ ଲୋକଙ୍କୁ ବୁଝାଇଥିଲେ। ହସ୍ପିଟାଲ ପ୍ରଶାସନିକ କର୍ମଚାରୀ ରାଜେନ୍ଦ୍ର କୁମାର ଜେନା, କୀର୍ତ୍ତିମାନ ମହନ୍ତ ଏବଂ ରାଜା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ