December 21, 2025
Home » ଧର୍ମଗଡରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଧର୍ମଗଡରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

0
WhatsApp Image 2025-12-12 at 2.05.05 PM

୧୩ ଗୋଟି ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୧୬ଟି ପ୍ରକଳ୍ପ ପ୍ରଦର୍ଶିତ ….

ଧର୍ମଗଡ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଇକୋ କ୍ଲବ ପ୍ରଦର୍ଶନୀ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ସଭା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମ ସାଗର ମହାନନ୍ଦ,ଧର୍ମଗଡ ବ୍ଲକ ଶିକ୍ଷାଧିକାରୀ ପଙ୍କଜିନୀ ମାଝୀ,କଲମପୁର ବ୍ଲକ ଶିକ୍ଷାଧିକାରୀ ମଧୁସ୍ମିତା ନାଏକ,ଗୋଲାମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ନାଏକ, କୋକସରା ବ୍ଲକ ଶିକ୍ଷାଧିକାରୀ ମହେଶ କୁମାର ଭାଟି ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳା ର ଉଦ୍ଦେଶ୍ୟ ଓ ଲକ୍ଷ ଏବଂ ବିଜ୍ଞାନ ଶିକ୍ଷକ ମାନଙ୍କ ଭୂମିକା ବିଷୟ ରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ବିଜ୍ଞାନ ମେଳା ର ଉଦଘାଟନ କରି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ବୁଲି ଦେଖି ଥିଲେ। ଏହି ବିଜ୍ଞାନ ମେଳା ରେ କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୧୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଜାତୀୟ ସ୍ତରରେ ଭାଗ ନେଇ ଥିବା ଭବାନୀପାଟଣା ମାଣିକେଶ୍ବରୀ ହାଇ ସ୍କୁଲ ର ଛାତ୍ର ଆଶୁତୋଷ ମେହେର ଓ ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନିନୀ ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି,ଧର୍ମଗଡ ବ୍ଲକ ଶିକ୍ଷାଧିକାରୀ ପଙ୍କଜିନୀ ମାଝୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଓ ଆୟୋଜକ ସଂପାଦକ ଜୟନ୍ତ କୁମାର ମୁଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଅଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *