July 6, 2025
Home » ଧର୍ମଗଡରେ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ।

ଧର୍ମଗଡରେ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ।

0
WhatsApp Image 2025-04-17 at 12.39.26 PM

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ବାବୁ)ଙ୍କ ୨୮ତମ ଶ୍ରାଦ୍ଧ ଦିବସ ଆଜି ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗଦେଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।

କଳାହାଣ୍ଡି ବିଜୁ ଜନତା ଦଳର ଉପ ସଭାପତି ଥବିର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଗୌର ଚନ୍ଦ୍ର ଛତ୍ରୀୟା, ବ୍ଲକ ସଭାପତି ଟିକମନ ଯାଦବ, ଜିଲ୍ଲା ପରିଷଦ ସଦସ୍ୟ ଗୋପିନାଥ ମହାନନ୍ଦ, ଶଙ୍କର ଯୁଏଡ, ପ୍ରଣବ ଭଇଁସାଲ, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଆଇନଜୀବୀ କଲ୍ୟାଣୀ ନାଏକ, ଭବାନୀ ଶଙ୍କର ପଣ୍ଡା, ବିଜେଡି ନେତା ଯୋଗେନ୍ଦ୍ର ସାହୁ, ଡାକେ ଲହଜଲ କ୍ଷୀରୋଦ ବାଗ, ସରୋଜ ଗୋପାଲ, ସନ୍ତୋଷ ପାଢ଼ୀ, ରତନ ନାଏକ, ସଞ୍ଜୟ ପଟେଲ, ରୁକୁରାମ ଶବର, କୁମୁଦ ଭଇଁସାଲ ସମେତ ବ୍ଲକ ର ବିଜେଡି ପଞ୍ଚାୟତ ସଭାପତି ତଥା ଧର୍ମଗଡ ଏନଏସି ର ସମସ୍ତ କାଉନସିଲର ଉପସ୍ଥିତ ରହି ସ୍ୱର୍ଗତ ବିଜୁ ବାବୁଙ୍କ ଓଡ଼ିଆ ଜାତି, ଓଡ଼ିଶା ରାଜ୍ୟ ପ୍ରତି ଥିବା ସ୍ନେହ ଓ ରାଜ୍ୟକୁ ସର୍ବାଙ୍ଗୀନ ବିକାଶ କରାଇବାର ସ୍ୱପ୍ନ ସମ୍ପର୍କରେ ଆଲୋଚନା କରିଥିଲେ।

ଧର୍ମଗଡ ଇପିଏରୁ ବ୍ରହ୍ମାନନ୍ଦ ଆଚାରୀଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *