ଧର୍ମଗଡର ବର୍ଷୀୟାନ ବ୍ୟବସାୟୀ ନିରଞ୍ଜନ ଅଗ୍ରୱାଲ ଙ୍କ ପରଲୋକ

।
ଧର୍ମଗଡର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ନିରଞ୍ଜନ ଅଗ୍ରୱାଲ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ୮୨ ବର୍ଷ ବୟସ ହୋଇଥଲା। ପରିଣତ ବୟସରେ ମଧ୍ୟ ସେ ବେଶ ଚଳ ଚଞ୍ଚଳ ଥିଲେ। କିଛି ଦିନ ତଳେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଆଜି ଘ୧.୩୦ ମିନିଟ ସମୟରେ ପରଲୋକ ଘଟିଛି।
ପପୁଲାର ମେଡ଼ିକାଲ ଷ୍ଟୋର ମାଲିକ ସ୍ୱର୍ଗତ ନିରଞ୍ଜନ ଅଗ୍ରୱାଲ ଜଣେ ମେଲାପି, ଭଦ୍ର ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ଜିଲ୍ଲା ଉତ୍କଳ କେମିଷ୍ଟ୍ରୀ ଏଣ୍ଡ ଡ୍ରଗୀଷ୍ଟ୍ର ଏସୋସିଆସନ ର ସେ ଜଣେ ସକ୍ରିୟ ବରିଷ୍ଠ ସଭ୍ୟ ଥିଲେ।ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁଅ ଜଗୁ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ସୁନ୍ଦର ଅଗ୍ରୱାଲ, ନରେଶ ଅଗ୍ରୱାଲ, ଗଣେଶ ଅଗ୍ରୱାଲ, ପୁତ୍ରବଧୂ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ଅଗ୍ରୱାଲ ଙ୍କ ବିୟୋଗରେ ଧର୍ମଗଡ କେମିଷ୍ଟ୍ରୀ ଏଣ୍ଡ ଡ୍ରଗୀଷ୍ଟ୍ର ଏସୋସିଆସନ,ବ୍ୟବସାୟୀ ସଂଘ ,ଜଗନ୍ନାଥ ସେବା ସମିତି ସମେତ ବିଭିନ୍ନ ସଂଗଠନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପକ୍ଷରୁ ଶୋକ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ