ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତି କରଣ ପ୍ରସଙ୍ଗ

ଧର୍ମଗଡ଼ ବିଧାୟକ ଙ୍କ ଠାରୁ ପ୍ରକୃତ ତଥ୍ଯ ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କ ଉପରେ ମନ୍ତ୍ରୀଙ୍କ ବିରକ୍ତି ପ୍ରକାଶ ।
ଗତ ୨୦୧୫ ରେ ଧର୍ମଗଡ ଠାରେ ଉଦ୍ଘାଟିତ ହୋଇ ଥିବା ଇଲେକ୍ଟ୍ରିକାଲ ଡ଼ିଭିଜନ ଉଦ୍ଘାଟନ ର କିଛି ଦିନ ପରେ ଭବାନିପାଟଣା କୁ ସ୍ଥାନାନ୍ତର ହୋଇ ଯାଇଥିବା ବେଳେ ଇତିମଧ୍ୟ ରେ ଦୀର୍ଘ ୯ବର୍ଷ ଅତିକ୍ରାନ୍ତ ହୋଇ ଯାଇଛି । ଏହି କାର୍ଯ୍ୟାଳୟ କୁ ଧର୍ମଗଡ ଠାରେ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ ବାର ଦାବୀ , ପ୍ରତିବାଦ ଆଦି ହେବା ପରେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଧର୍ମଗଡ ରେ କାର୍ଯ୍ୟକ୍ଷମ ହୋଇ ପାରି ନାହି । ଫଳ ରେ ନବ ଗଠିତ ଧର୍ମଗଡ ଏନଏସି ନିର୍ବାଚନ କୁ ଦୃଷ୍ଟି ରେ ରଖି ସେ ସମୟ (୨୦୧୫) ରେ ଏଠାରେ ଇଲେକ୍ଟ୍ରୀ ଡିଭିଜନ କାର୍ଯ୍ୟାଳୟ ଖୋଲା ଯାଇ ଥିଲା ବୋଲି ଲୋକ ଙ୍କ ମଧ୍ୟ ରେ ଧାରଣା ସୃଷ୍ଟି ହୋଇ ଥିଲା । ତେବେ ଇତି ମଧ୍ୟ ରେ ସରକାର ବଦଳିଛି । ସ୍ଥାନୀୟ ଲୋକେ ପୁଣି ଥରେ ଇଲେକ୍ଟ୍ରି ଡ଼ିଭିଜନ ଦାବୀ କୁ ଦୋହରାଇ ଛନ୍ତି ।
ଲୋକ ଙ୍କ ଭାବାବେଗ କୁ ଦୃଷ୍ଟି ରେ ରଖି ଧର୍ମଗଡ ର ନବନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ବିଧାନ ସଭା ରେ ଏହି ପ୍ରଶ୍ନ ପୁଣି ଥରେ ଉଠାଇଛନ୍ତି। ବିଧାୟକ ଙ୍କ ଅଣ ତାରକା ପ୍ରଶ୍ନ ସଂଖ୍ୟା:୧୮୪୦ ରେ ଭବାନୀପାଟଣାରେ ବର୍ତ୍ତମାନ କାର୍ଯ୍ୟକ୍ଷମ କଳାହାଣ୍ଡି ପଶ୍ଚିମ ଇଲେକ୍ଟ୍ରି କାଲ ଡିଭିଜନକୁ ୧୪.୧୨.୨୦୧୦ ରେ ୱେସ୍କୋ ଚିଠି ନଂ ୧୦୮୬ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଇଲେକ୍ଟ୍ରି କାଲ ଡିଭିଜନ ନୂତନ ନାମରେ ଧର୍ମଗଡ଼କୁ ଶାରୀରିକ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହା ଧର୍ମଗଡ଼ରେ ଉଦ୍ ଘାଟିତ ହୋଇ କାର୍ଯ୍ୟ କରିବା ପରେ ପୁନର୍ବାର ଭବାନୀପାଟଣା ଫେରାଇ ଅଣା ଯାଇଛି ଏହି ଡିଭିଜନ କୁ ଧର୍ମଗଡ଼କୁ ଶାରୀରିକ ଭାବେ ସ୍ଥାନାନ୍ତର ପାଇଁ ବିଭାଗର ନିର୍ଦ୍ଦେଶ କୁ ବିତରଣକାରୀ ସଂସ୍ଥା TPWODL ର CEO ବେଖାତିର କରି ଆଜି ଯାଏ ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି TPWODL ର CEO ଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ଓ ଏହି ଡିଭିଜନ କୁ ଧର୍ମଗଡ଼ କୁ ଶାରୀରିକ ଭାବେ ସ୍ଥାନାନ୍ତର ପାଇଁ ଶକ୍ତି ବିଭାଗର ନିର୍ଦ୍ଦେଶକୁ ବିଭରଣକାରୀ ସଂସ୍ଥା TPWODL ର CEO ବେଖାତିର କରି ଆଜିଯାଏଁ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତିଛି, TPWODL ର CEO ଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ଓ ଏହି ଡିଭିଜନ କେବେ ଧର୍ମଗଡକୁ ଶାରୀରିକ ଭାବେ ସ୍ଥାନାନ୍ତର ହେବ କହିବେ କି? ବୋଲି ପ୍ରଶ୍ନ ର ଉତ୍ତର ରେ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟ ମନ୍ତ୍ରୀ (ଶକ୍ତି):-
କଳାହାଣ୍ଡି ଜିଲ୍ଲାରେ ଦୁଇଟି ବିଦ୍ୟୁତ୍ ଖଣ୍ଡ ଅଛି, ସେଗୁଡ଼ିକ ହେଉଛି କଳାହାଣ୍ଡି ପୂର୍ବ ଓ କଳାହାଣ୍ଡି ପଶ୍ଚିମ । ବର୍ତ୍ତମାନ ଏହି ଦୁଇଟି ବିଭାଗୀୟ ମୁଖ୍ୟାଳୟ ଭବାନୀପାଟଣାରେ ଅବସ୍ଥିତ । କଳାହାଣ୍ଡି ପଶ୍ଚିମ ବିଭାଗରେ ଜୁନାଗଡ଼, ଧରମଗଡ଼ ଓ ଚାରିବାହାଲ ନାମକ ତିନୋଟି ସବ୍-ଡିଭିଜନ୍ ରହିଛି। ଏହି ସବ୍- ଡିଭିଜନ୍ ର ଗ୍ରାହକମାନେ କେସିଙ୍ଗା, ଜୁନାଗଡ଼, ବାନେର ଓ ଚନ୍ଦ୍ରଗିରି ଜି ଏସ ଏସ (GSS) ଠାରୁ ଯୋଗାଣ ସୁବିଧା ଭୋଗ କରୁଛନ୍ତି । ନେଟୱାର୍କ ବ୍ୟବସ୍ଥା ଦୃଷ୍ଟିରୁ, ଭବାନୀପାଟଣାକୁ ବିଭାଗର ମୁଖ୍ୟାଳୟଭାବେ ପରିଗଣନା କରାଯାଉଅଛି ।
ଭବାନୀପାଟଣାରେ ଜିଲ୍ଲା ମୁଖ୍ୟାଳୟ ହୋଇଥିବାରୁ, ନିର୍ବାହୀ ଯନ୍ତ୍ରୀ ମାନେ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କର ଯେକୌଣସି ଆପତଃକାଳୀନ ବୈଠକରେ ସହଜରେ ଅଂଶଗ୍ରହଣ କରିପାରନ୍ତି । ସବ୍-ଡିଭିଜନ୍ମାନେ ବିଶାଳ ଅଞ୍ଚଳରେ ବିସ୍ତୃତ ଥିବାରୁ, ଭବାନୀପାଟଣାକୁ ଏକ କେନ୍ଦ୍ରସ୍ଥଳୀ ଭାବରେ ବିଭାଗୀୟ ମୁଖ୍ୟାଳୟ ରଖାଯାଇଛି ।
ତେବେ ଧର୍ମଗଡକୁ ନିର୍ବାହୀ ଯନ୍ତ୍ରୀ ଙ୍କ କ୍ୟାମ୍ପ ଅଫିସ୍ ଭାବେ ବ୍ୟବହାର କରାଯାଇ ସପ୍ତାହର ଦୁଇ ଦିନରେ ଧର୍ମଗଡ଼ ସବଡିଭିଜନ୍ ଅନ୍ତର୍ଗତ ଗ୍ରାହକମାନଙ୍କୁ ସେବା ଯୋଗାଇଦେବା ପାଇଁ ବିଚାର କରାଯିବ ବୋଲି ଉତ୍ତର ରଖି ଥିଲେ । ତେବେ ମନ୍ତ୍ରୀ ଙ୍କ ଉତ୍ତର ପରେ ଧର୍ମଗଡ ଅଞ୍ଚଳ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମଗଡ ଠାରେ କ୍ୟାମ୍ପ ଅଫିସ ନୁହେ ଏକ ନିୟମିତ ଡିଭିଜନ କାର୍ଯ୍ୟାଳୟ ଖୋଲାଯିବା ପାଇଁ ଲୋକେ ଦାବୀ କରିଛନ୍ତି । ତେବେ ପ୍ରକୃତ ତଥ୍ୟ ବିଧାୟକ ମନ୍ତ୍ରୀ ଙ୍କୁ ଜଣାଇବା ପରେ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଙ୍କ ଉପରେ ବିରକ୍ତି ପ୍ରକାଶ କରି ଥିବା ଜଣା ଯାଇଛି ।
ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….