June 13, 2025
Home » ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ

ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ

0
ede2a456-ead9-4693-954c-96aee3ae5638

ଧର୍ମଗଡ଼(ବିଦ୍ୟାଧର ସାହୁ):ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗତ ରବିବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି।ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗତ ରବିବାର ରାତି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

ଅଭିଯୁକ୍ତ ଅଧିକାରୀ ଗିରଫ ହେଲା ପରେ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଉପଜିଲ୍ଲାପାଳଙ୍କୁ ନିଲମ୍ବିତ କରିଛନ୍ତି।୨୦୨୧ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଧୀମନ ଚକମା ଧର୍ମଗଡ଼ରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟି କିସ୍ତିରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନେବାକୁ କହିଥିଲେ। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ।

ଅଭିଯୋଗକ୍ରମେ ସୋମବାର ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ମାମଲା ସମ୍ପର୍କରେ ରିପୋର୍ଟ କରିଥିଲେ। ଉପରୋକ୍ତ ଅଭିଯୋଗକୁ ଆଧାର କରି, ଜୁନ୍ ୮ ତାରିଖ ରାତିରେ ଏକ ଜାଲ ବିଛାଯାଇଥିଲା। ଅଭିଯୁକ୍ତ ଧୀମାନ ଚକମା, ଆଇଏଏସ୍‌ଙ୍କୁ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଧର୍ମଗଡ଼ ସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରେ ଅଭିଯୋଗକାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲେ।

ଚକମାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ କରାଯାଇଥିଲା।ତଲାସୀ ସମୟରେ, ଧର୍ମଗଡ଼ରେ ଥିବା ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରୁ ନଗଦ ୪୭ ଲକ୍ଷ ଟଙ୍କା ମିଳିଥିଲା। ଏତେ ବିପୁଳ ନଗଦ ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନ ଥିବାରୁ ତାହାକୁ ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *