ଧର୍ମଗଡ଼ ଥାନା ପୁଲିସ୍ ପକ୍ଷରୁ ଶାନ୍ତି କମିଟି ବୈଠକ
ଧର୍ମଗଡ଼ ପୁଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସମ୍ପ୍ରଦାୟ ର ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଶନିବାର ଧର୍ମଗଡ଼ ଥାନା ସମ୍ମିଳନୀ ଗୃହ ଠାରେ ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଧର୍ମଗଡ଼ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ବିଶିଷ୍ଟ ସମାଜସେବୀ ହୃଷିକେଶ ମିଶ୍ର, ସାମାଜିକ କର୍ମୀ ବ୍ରଜେସ ପଣ୍ଡା, ମାରୱାଡ଼ି ସମାଜର ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, କାଉନସିଲର ପ୍ରବୀଣ କୁମାର ପଣ୍ଡା, ଅବଦୁଲ ରେହେମାନ ସମେତ ଅନ୍ୟାନ୍ୟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ରଙ୍ଗର ପର୍ବ ହୋଲି, ହନୁମାନ ଜୟନ୍ତୀ ହଉ ଅବା ପ୍ରଫେଟ୍ ମହମ୍ମଦ ଜୟନ୍ତୀ, ଇଦୁଲ ଫିଦର୍ କିମ୍ବା ଖୀଷ୍ଟମସ ଡେ ଭଲି ସବୁ ସମ୍ପ୍ରଦାୟର ପର୍ବ ପର୍ବାଣୀ ରେ ଶାନ୍ତି, ସଦଭାବନା ଓ ଏକତା ବଜାୟ ରଖିବାକୁ ଥାନା ଅଧିକାରୀ ଶ୍ରୀ ନାୟକ ଆଗ୍ରହ ପ୍ରକାଶ କରିଥିଲେ। ସଂପ୍ରତି ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ କୁ ଅଣଦେଖା କରି ଶାନ୍ତି ର ସହର ଧର୍ମଗଡ଼ ରେ ସର୍ବ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ସେ ଅନୁରୋଧ କରିଥଲେ ଓ ବିଶେଷ କରି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ଯୁବ ବର୍ଗ ଙ୍କୁ ଏ ଦିଗରେ ସଚେତନ ହେବା ପାଇଁ ସେ ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ମହମ୍ମଦ ଇସଲାମ, ମହମ୍ମଦ ଫିରୋଜ, ଅବଦୁଲ୍ ହାରୁନ, ବିକ୍ରମ ସୁନାନୀ, ସତ୍ୟବାନ୍ ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।ଧର୍ମଗଡ଼ ଥାନା ସବ ଇନ୍ସପେକ୍ଟର ଲୋରିସ ପଧାନ ଧନ୍ୟବାଦ୍ ଅର୍ପଣ କରିଥଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
