ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସ୍ନାନ ନୀତି ହୋଇଥିଲା।
ମନ୍ଦିର ଟ୍ରଷ୍ଟର ସଦସ୍ୟ ଆଚାର୍ଯ୍ୟ ହୃଷୀକେଶ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୁଜାତା ମିଶ୍ର କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟ ର ସଦସ୍ୟ ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସନ୍ତୋଷ କୁମାର ମେହେର, ସରୋଜ କୁମାର ସାହୁ, ଜନ୍ମେଜୟ ନାଏକ,ସୁରେଶ ଚନ୍ଦ୍ର ମୁଣ୍ଡ ସମେତ ଲକ୍ଷ୍ମୀକାନ୍ତ ଖମାରୀ, କମଲୁ ଅଗ୍ରୱାଲ, ରାଜେନ୍ଦ୍ର କୁମାର ମୁନି, ଲକ୍ଷ୍ମୀକାନ୍ତ ବାଗ, ଘନଶ୍ୟାମ ଅଗ୍ରୱାଲ, ରାମଚନ୍ଦ୍ର ପାଣିଗ୍ରାହି, ଇଙ୍ଗିତ କୁମାର ପଣ୍ଡା, ତ୍ରିଲୋଚନ ମୁଣ୍ଡ, ଲଳିତ ଅଗ୍ରୱାଲ ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ନିତୀକାନ୍ତି ଶେଷ ହେବା ପରେ ଶ୍ରୀ ଜିଉ ଙ୍କୁ ଅଣସର ଗୃହକୁ ନିଆ ଯାଇଛି।
ଆସନ୍ତା ଜୁନ ୨୬ ତାରିଖ ଦିନ ଶ୍ରୀ ଜିଉଙ୍କ ର ନେତ୍ରୋତ୍ସବ ତଥା ନବ ଯୌବନ ବେଶ,୨୭ ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଓ ୫ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….