ଧର୍ମଗଡ଼ ସମସ୍ୟା ନେଇ ବିଜେପି ରାଜ୍ୟ ସଭାପତିଙ୍କୁ ଜଗନ୍ନାଥ ସେବା ସମିତିର ଦାବିପତ୍ର
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଧର୍ମଗଡ଼ ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଧର୍ମଗଡ଼ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ତାଙ୍କ ସହଯୋଗୀମାନେ ସୌଜନ୍ଯମୂଳକ ସାକ୍ଷାତ୍ କରିଥିଲେ। ଏ ଅବସରରେ ଧର୍ମଗଡ଼ର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ମୋଟ୍ ୪୯ ମଞ୍ଜୁରି ପ୍ରାପ୍ତ ଡାକ୍ତର ପଦରୁ ମାତ୍ର ୧୩ ଜଣ ଅଛନ୍ତି । ତେଣୁ ଖାଲି ପଡ଼ିଥିବା ଡାକ୍ତର ପଦପୂରଣ କରିବା, ଆଗାମୀ ଦିଗରେ ମଣ୍ଡି ମାନଙ୍କରେ କଟ୍ନି ଛଟନି ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥଲେ।ସବୁ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଶୀଘ୍ର ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥିଲେ ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
