September 21, 2024
Home » ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ।

ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ।

0

 

ଆଜି ଇସଲାମ ଧର୍ମ ପ୍ରଚାରକ ହଜରତ ମହମ୍ମଦ ସଲଲ୍ଲାହୁ ଆଲେଇହି ୱସଲ୍ଲମ୍ ଙ୍କ ଜନ୍ମଦିନ ଇଦ୍ ମିଲାଦୁନ୍ନଵୀ ଅବସରରେ ମୁସଲିମ ସମାଜ ଦ୍ଵାରା ଧର୍ମଗଡ ରେ ପାଳିତ ହୋଇଥଲା। ଏହି ଅବସରରେ ଏକ ବିଶାଳ ଜୁଲୁସ ମସଜିଦ ଏ ତାଜୁଶରୀୟା ରୁ ବଙ୍ଗଳା ଛକ ପର୍ଯ୍ୟନ୍ତ ବାହାରିଥିଲା ।
ଶତାଧିକ ମୁସଲିମ ଶ୍ରଦ୍ଧାଳୁ ହଜରତ ମହମ୍ମଦ ଙ୍କ ଅହିଂସା,ଶାନ୍ତି ଓ ସଦଭାବନା ଏବଂ ଜାତି ଧର୍ମ ନିର୍ବିଶେଷରେ ଭାଇଚାରା ପାଳନର ସନ୍ଦେଶ ର ନାରା ତଥା ହଜରତ ମହମ୍ମଦଙ୍କ ଗୁଣ ଗାନ ଜରିଆରେ ପ୍ରଚାର ପ୍ରସାର କରିଥିଲେ।
ଧର୍ମଗଡ଼ ମୁସଲିମ ଜମାତର ସଭାପତି ରଫିଉଦ୍ଦିନ ଖାନ୍ ପ୍ରଫେଟ ମହମ୍ମଦ ଆଲ୍ଲା ଙ୍କ ଏକ ଶାନ୍ତି ପ୍ରିୟ ନବୀ ଏବଂ ମାନବିକତା ର ଆଦର୍ଶ ଆଖ୍ୟା ଦେଇଥିଲେ।ଏଭଳି କି ପଡୋଶୀ ଘରେ ଯଦି ରାତିରେ ଚୁଲି ଯଦି ନ ଜଲିଲେ,ସେ ପଡୋଶୀ ର ଭୁକିଲା ପେଟ ପାଇଁ ନିଜକୁ ଦୋଷୀ ଅନୁଭବ କରିଥିଲେ ଓ ସମସ୍ତ ମାନବ ସମାଜ ପାଇଁ ସଦଭାବନା ଓ ଦୟାଳୁ ଭାବ ଅନେକ ସମୟରେ ତାଙ୍କ ଜୀବନୀ ଅଧ୍ୟୟନ ରେ ପରିଲକ୍ଷିତ ହୁଏ ବୋଲି ପ୍ରକାଶ କରିଥିଲେ।
ଜନ୍ମଦିନ ଉତ୍ସବ ପାଳନରେ ଧର୍ମଗଡ଼ ବାସିନ୍ଦା ଙ୍କ ସମର୍ଥନ ଏବଂ ସ୍ଥାନୀୟ ପ୍ରଶାସନ ତଥା ପୋଲିସ ଭାଇ ମାନଙ୍କର ଅତୁଲନୀୟ ସହଯୋଗ ପାଇଁ ସମସ୍ତଙ୍କୁ ଧର୍ମଗଡ ମୁସଲିମ ସମାଜ ତରଫରୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି ।ଧର୍ମଗଡ଼ ମୁସଲିମ ଜମାତ
ସଭାପତି ରଫିଉଦ୍ଦିନ ଖାନ ନେତୃତ୍ଵରେ ସମ୍ପାଦକ ଆଫ୍ରୋଜ୍ ମହମ୍ମଦ,କୋଷାଧ୍ୟକ୍ଷ ଆଫଜଲ୍ ଖାଁ,ପୂର୍ବତନ ସଭାପତି ଅବଦୁଲ ରହମାନ ଶେଖ୍ ବରକତ ଅଲି,ମହମ୍ମଦ ଇସଲାମ ଅଜିମ୍ ଖାଁ,ଅବଦୁଲ ସତ୍ତାର,
ଅବଦୁଲ ହାରୁନ୍,ମହମ୍ମଦ ଶହଜାଦ, ମୁଷ୍ଟକିନ,ଅର୍ମାନ,ଅର୍ବାଜ ସମେତ ଶତାଧିକ ମୁସଲିମ ଭାଇ ମାନେ ସାମିଲ ହୋଇ ଜୁଲୁସ୍ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *