ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ କଲ୍ୟାଣ ସମିତି ବୈଠକ

ଡ଼ାକ୍ତର ଙ୍କ ଡ୍ୟୁଟି କୁ ନେଇ ଅସନ୍ତୋଷ ଜାହିର କଲେ ସଦସ୍ୟ।
ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ତଥା ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଙ୍କ ସଭାପତିତ୍ବ ଏହି ବୈଠକ ଅନୁଷ୍ଠିତ ହୋଇ ଥିଲା । ବୈଠକ ରେ ଧର୍ମଗଡ ଉପଜିଲ୍ଲାପାଳ ଅଜୟ ତିର୍କି,ବୈଠକ ର ଆବାହକ ତଥା ଉପଖଣ୍ଡ ଚିକିତ୍ସାଧିକାରୀ ଡା.ସଦାନନ୍ଦ ପାଣିଗ୍ରାହୀ, ରୋଗୀ କଲ୍ୟାଣ ସମିତି ସଦସ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଇଙ୍ଗିତ କୁମାର ପଣ୍ଡା,ବିଡ଼ିଓ ସଦାଶିବ ନାୟକ, ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଡ଼ାକ୍ତର ଖାନା ର ବିଭିନ୍ନ ସମସ୍ୟା, ଅଭାବ ଅସୁବିଧା ସମ୍ପର୍କ ରେ ଉପଖଣ୍ଡ ଚିକିତ୍ସାଧିକାରୀ ସମିତି କୁ ଅବଗତ କରାଇ ଥିଲେ ।
ଗୋଟିଏ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ,ଚିକିତ୍ସାଳୟ ର ବାଉଣ୍ଡରୀ ୱାଲ ନିର୍ମାଣ, ଡ୍ରେନଜ ବ୍ୟବସ୍ଥା, ଶବ ବାହାକ ଗାଡ଼ି ର ବ୍ୟବସ୍ଥା ସହ ଚିକିତ୍ସାଳୟ ହତା ରେ ଦଲାଲ ରାଜ କୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଖୁବ ଶୀଘ୍ର ଏକ ଶବ ବାହକ ଗାଡ଼ି ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇ ଥିଲେ । ତେବେ ଡାକ୍ତର ମାନେ ହସ୍ପିଟାଲ ରେ ରୋଗୀ ଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ବାହାରେ ନିଜେ ସମ୍ପୃକ୍ତ ଥିବା କ୍ଲିନିକ କୁ ରୋଗୀ ଙ୍କୁ ପଠାଇ ଚିକିତ୍ସା କରୁଥିବା ଅଭିଯୋଗ କରି ଥିଲେ ସଦସ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏଥି ସହ ବିଶେଷଜ୍ଞ ଡାକ୍ତର ମାନେ ଓପିଡି ସମୟ ରେ ନିଜ ନିଜ ଚାମ୍ବର ରେ ବସୁ ନ ଥିବାରୁ ରୋଗୀ ମାନେ ହଇରାଣ ହେଉ ଥିବା ଶ୍ରୀ ଅଗ୍ରୱାଲ ଅସନ୍ତୋଷ ପ୍ରକାଶ କରି ଥିଲେ। ସକାଳ ଓପିଡି ସମୟ ରେ ବିଶେଷଜ୍ଞ ଡାକ୍ତର ମାନେ ଚାମ୍ବର ରେ ବସିବା ନେଇ ସୁନିଶ୍ଚିତ କରିବା ପାଇଁ ସେ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ଅନୁରୋଧ କରି ଥିଲେ । ହସ୍ପିଟାଲ ମେନେଜର ସୋମେଶ୍ୱର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ