ଧର୍ମଗଡ ଠାରେ ଏଲ୍ଇଡି ବୋର୍ଡ ଉଦ୍ଘାଟିତ
ଧର୍ମଗଡ଼ :ଧର୍ମଗଡ଼ ଏନଏସି ଅନ୍ତର୍ଗତ ଚାରିଛକ ନିକଟରେ ନୂତନ ଏଲ୍ଇଡି ବୋର୍ଡର ଉଦ୍ଘାଟନ ହୋଇଛି। କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦ୍ଘାଟନ କରିବା ସହିତ ଏହି ଏଲ୍ଇଡି ବୋର୍ଡ ମାଧ୍ୟମରେ ସରକାରୀ ସୂଚନା, ଜନସେବାମୂଳକ କାର୍ଯ୍ୟକ୍ରମ ଓ ସରକାରଙ୍କ ବିକାଶମୂଳକ ଯୋଜନାଗୁଡ଼ିକ ସାଧାରଣ ଜନତାଙ୍କୁ ସହଜରେ ପହଞ୍ଚିପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ହିସାବ ରକ୍ଷକ ହିମାଂଶୁ ଶେଖର ରଣା, ବରିଷ୍ଟ କିରାଣି ରବୀନ୍ଦ୍ରନାଥ ପରିଡା,ସ୍ବଚ୍ଛ ପରିମଳଅଧିକାରୀ ଅଭିନନ୍ଦନ ପ୍ରଧାନ, ଆଶିଷ ପଣ୍ଡା, ଯଶୋବନ୍ତ ମହାପାତ୍ର, ପରମେଶ୍ବରଚୌହାନ, ବାହାନା ତାଣ୍ଡି, ଧନୁରାମ କାଣ୍ଡଙ୍କ ସମେତ ସମସ୍ତ କାଉନସିଲର, ସ୍ବଚ୍ଛସାଥୀ ଏବଂ ଏନ୍ଏସି କର୍ମଚାରୀ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
