ଧର୍ମଗଡ ଠାରେ କଂଗ୍ରେସ ର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ । ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ।

ଆଗକୁ ବିରାଟ ବିପ୍ଳବ ହେବ ଏଥିରେ କଳାହାଣ୍ଡି ଜିଲ୍ଲାର ଏକ ଲକ୍ଷ ମହିଳା ବିଭିନ୍ନ ନିଜସ୍ୱ କାରଣ ପାଇଁ ଲଢ଼ିବାକୁ ପ୍ରସ୍ତୁତ ରହିବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ଆଜି ଧର୍ମଗଡ ନିକଟସ୍ଥ ସନ୍ଧିକୁଲିହାରି ଗ୍ରାମରେ ଅକ୍ଷୟ ତୃତୀୟା ପାଳନ ପାଇଁ ଏକ କଂଗ୍ରେସ ର ଏକ ଉପଖଣ୍ଡସ୍ତରୀୟ ବୈଠକ ଓ କର୍ମୀ ସମ୍ମିଳନୀରେ ସେ ଏହା ପ୍ରକାଶ କରି ଓଡ଼ିଶାରେ ହଜାର ହଜାର ମହିଳା ନିଖୋଜ ଅଛନ୍ତି ଓ ଅନେକ ମହିଳା ଓ ନାବାଳିକା ପ୍ରତିଦିନ ଦୁଷ୍କର୍ମ ର ଶିକାର ହେଉଛନ୍ତି।
ସରକାର ଏବଂ ପୋଲିସ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁନାହାଁନ୍ତି। ସେଥିପାଇଁ କିଛି ଲୋକଙ୍କୁ ଏନେଇ କାମ କରିବାକୁ ପଡିବ ଓ ମହିଳା ମାନଙ୍କୁ ନେଇ ଆଗାମୀ ଦିନରେ ବିରାଟ ବିପ୍ଳବ ହେବ ବୋଲି ସେ କହିଥିଲେ।ରାଜ୍ୟ ରେ ନାରୀ ନିର୍ଯାତନା, ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ସେ ମୋହନ ସରକାର ଙ୍କୁ ଟାର୍ଗେଟ କରିଥିଲେ । ଲୋକ ଙ୍କ ହକ ପାଇଁ ପ୍ରତି ବ୍ଲକ, ପଞ୍ଚାୟତ ଓ ଗାଁ ଗାଁ ରେ କଂଗ୍ରେସ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ସେ କହିବା ସହ ଏଥି ପାଇଁ କର୍ମୀ ଙ୍କୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ସଂପ୍ରତି ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଉପରେ ପିସିସି ମୁଖ୍ୟ ଓଡ଼ିଶା, ଭକ୍ତ ଚରଣ ଦାସ ମିଳିତ ସଂସଦ ଅଧିବେଶନ ପାଇଁ ସେ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ଓ ଓଡ଼ିଶା ବିଧାନସଭା ଅଧିବେଶନ ଗୁଡ଼ିକରେ ସଠିକ୍ ଆଲୋଚନା କରିବାକୁ ମଧ୍ୟ ଦାବି କରିଥିଲେ।
ଏହି କର୍ମୀ ସମ୍ମିଳନୀରେ ଛତିଶଗଡ ବ୍ରିନ୍ଦା ନବାଗଡ଼ ବିଧାୟକ ଜନକ ଧ୍ରୁବ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଭାରୀ ମନୋରଞ୍ଜନ ତ୍ରିପାଠୀ, କଂଗେସ ର ଜିଲ୍ଲା ସଭପତି ଭାରତ ଭୁଷଣ ବେମାଲ, କୃଷକ ସେଲ ର ସଭାପତି ତୁଲେଶ୍ୱର ନାଏକ, ବରିଷ୍ଠ ନେତା ସିଦ୍ଧାର୍ଥ ନାଏକ, ରାଜ୍ୟ ସମ୍ପାଦିକା ମାଣିକ୍ୟ ସୁନା,ଜିଲ୍ଲା ଉପ ସଭାନେତ୍ରୀ ଜ୍ୟୋସ୍ନା ବଗର୍ତ୍ତି, କୋକସରା ବ୍ଲକ ସଭାପତି ଲିଙ୍ଗରାଜ ବେହେରା ଯାଦବ, ଜୁନାଗଡ ବ୍ଲକ ସଭାପତି ପରମେଶ୍ବର ମତେଲ, କଲମପୁର ବ୍ଲକ ସଭାପତି ବିପିନ ବିହାରୀ ପ୍ରଧାନୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ୬ ଟି ବ୍ଲକ ଅଞ୍ଚଳ ରୁ ବହୁ ସଂଖ୍ୟା ରେ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )