July 27, 2025
Home » ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ।

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ।

0
WhatsApp Image 2025-05-20 at 1.21.43 PM

ଧର୍ମଗଡ ଜଗନ୍ନାଥ ସେବା ସମିତି ସୌଜନ୍ୟରେ ତଥା ଧର୍ମଗଡ ବସ୍ତିପଡ଼ା ବାସୀ ଙ୍କ ସହଯୋଗରେ ଗତ ୧୪.୫.୨୦୨୫ (ବୁଧବାର) ଠାରୁ ୨୨.୫.୨୦୨୫(ଗୁରୁବାର )ତାରିଖ ପର୍ଯ୍ୟନ୍ତ ଧର୍ମଗଡ ବସ୍ତିପଡା ସାପ୍ତାହିକ ବଜାର ପଡିଆ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଶୀର୍ବାଦ ଜୀ ମହାରାଜ ଙ୍କ ଦ୍ଵାରା ‘ଶ୍ରୀ ରାମଚରିତ ମାନସ କଥାମୃତ’ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଚାଲୁଅଛି । ନଅ ଦିନ ଧରି ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ହେବ।

ପ୍ରତ୍ୟେହ ସଂଧ୍ୟା ୬ଘଣ୍ଟା ଠାରୁ ରାତି ୧୦ ଘଣ୍ଟା ଯାଏଁ ଚାଲୁଥିବା ଶ୍ରୀ ରାମ ଚରିତ ମାନସ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବସ୍ତିପଡ଼ା ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏହି ପବିତ୍ର ପ୍ରବଚନ କାର୍ଯ୍ୟକ୍ରମର ପରିଚାଳନା କରୁଥିଲା ବେଳେ କାର୍ଯ୍ୟକ୍ରମରେ ଦୂର ଦୁରାନ୍ତରୁ ବହୁ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଏହି ପ୍ରବଚନ କାର୍ଯ୍ୟକ୍ରମ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଛି।

ଶ୍ରୀମତୀ ସବିତା ନାଏକ ଓ ଶ୍ରୀ ମନମୋହନ ନାଏକ, ଶ୍ରୀମତୀ ରଶ୍ମିତା ସାହୁ ଓ ଶ୍ରୀ ସରୋଜ କୁମାର ସାହୁ, ଶ୍ରୀମତୀ ଦମୟନ୍ତୀ ଭୋଇ ଓ ଶ୍ରୀ ରଙ୍ଗାଧର ଭୋଇ, ଶ୍ରୀମତୀ ଜୟନ୍ତୀ ମାଝୀ ଓ ଶ୍ରୀ ହେମନ୍ତ କୁମାର ମାଝୀ, ଶ୍ରୀମତୀ ମିତାମ ମାଝୀ ଓ ଶ୍ରୀ ମୁନିରାମ ମାଝୀ, ଶ୍ରୀମତୀ ସ୍ୱର୍ଣଲତା ନାଏକ ଓ ଶ୍ରୀ ଜୟନ୍ତ ନାଏକ, ଶ୍ରୀମତୀ ବନିତା ନାଏକ ଓ ଶ୍ରୀ ଫିକର୍ ନାଏକ ପ୍ରମୁଖ ଭକ୍ତ ପ୍ରତ୍ୟହ ସସ୍ତ୍ରିକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *