October 23, 2025
Home » ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

0
WhatsApp Image 2025-10-15 at 1.39.29 PM

 

ଧର୍ମଗଡ ଜଗନ୍ନାଥ ସେବା ସମିତି ସୌଜନ୍ୟରେ ଗତ ୧୨.୧୦.୨୦୨୫(ରବିବାର) ଠାରୁ ୧୮.୧୦.୨୦୨୫(ଶନିବାର )ତାରିଖ ପର୍ଯ୍ୟନ୍ତ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡିଆ ଠାରେ ଆଶୀର୍ବାଦ ଜୀ ମହାରାଜ ଙ୍କ ଦ୍ଵାରା ‘ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ’ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଚାଲୁଅଛି।

ସାତଦିନ ଧରି ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ହେବ। ପ୍ରତ୍ୟହ ସଂଧ୍ୟା ୬ଘଣ୍ଟା ଠାରୁ ରାତି ୧୦ ଘଣ୍ଟା ଯାଏଁ ଚାଲୁଥିବା ଶ୍ରୀଶ୍ରୀ ଜଗନ୍ନାଥ କଥାମୃତ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଦସ୍ୟମାନେ ଏହି ପବିତ୍ର ପ୍ରବଚନ କାର୍ଯ୍ୟକ୍ରମର ପରିଚାଳନା କରୁଥିଲା ବେଳେ କାର୍ଯ୍ୟକ୍ରମରେ ଦୂର ଦୁରାନ୍ତରୁ ବହୁ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଛି।

ଏହି ପ୍ରବଚନ କାର୍ଯ୍ୟକ୍ରମ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଛି। ଶ୍ରୀମତୀ ପ୍ରଜ୍ଞା ଅଗ୍ରୱାଲ ଓ ଶ୍ରୀଯୁକ୍ତ ଟିକୁରାମ ଅଗ୍ରୱାଲ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।ସୂଚନାଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ପରମ୍ପରା ବ୍ୟାପ୍ତ କରିବା ଓ ଲୋକଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିବାର ଆଭିମୂଖ୍ୟ ନେଇ ବିଗତ କିଛି ବର୍ଷ ଧରି ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *