February 5, 2026
Home » ଧର୍ମଗଡ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ।

ଧର୍ମଗଡ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ।

0
WhatsApp Image 2025-03-08 at 2.46.36 PM

ତାଲୁକ ଆଇନ ସେବା ସମିତି, ଧର୍ମଗଡ ଆନୁକୂଲ୍ୟରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୯ ଟି ମୋଟର ଯାନ ଜନିତ ଦୁର୍ଘଟଣା ଏବଂ ୯ଗୋଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇ ସମୁଦାୟ ୫୯ ଲକ୍ଷ ୩୦ ହଜ଼ାର ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।


ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜସ୍ୱ ବିଭାଗ ରେ ସମୁଦାୟ ୩୧୨ଟି କେଶ ର ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତ ରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରିମିତା ସ୍ୱାଇଁ,ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି,ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଶ୍ରୀ ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ତଥା ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *