ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପ୍ରବାସୀ ଶ୍ରମିକ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

।
ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ବଡ଼ବସୁଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି , ଅତିରିକ୍ତ ଶ୍ରମିକ ଅଧିକାରୀ, ଜିତେଶ ମାଝୀ, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର , ଦିଗାମ୍ବର ଦୁରିଆ , ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ସଂଯୁକ୍ତା ପଣ୍ଡା, ରିଟେନର କଲ୍ୟାଣୀ ନାଏକ, ସରପଞ୍ଚ ବଡ଼ବସୁଲ ମୁକୁନ୍ଦ ଶବର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଶ୍ରମିକ ଅଧିକାରୀ ଶ୍ରୀ ମାଝୀ ଯୋଗଦାନ କରି ଉପସ୍ଥିତ ଜନସାଧାରଣ ମାନଙ୍କୁ ପ୍ରବାସୀ ଶ୍ରମିକଙ୍କ ମାନେ ପ୍ରବାସୀ ହେବା ସମୟରେ କଣ କଣ ସତର୍କତା ଅବଲମ୍ବନ କରିବେ ତାହା କହିଥିଲେ ତଥା ସରକାରଙ୍କ ତରଫରୁ ପ୍ରବାସୀ ଶ୍ରମିକ ପାଇଁ ଦିଆଯାଉଥିବା ଜଣକଲ୍ୟାଣ ଯୋଜନା ଉପରେ ଅବଗତ କରାଇଥିଲେ ।
ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ କହିଥିଲେ ଯେ ରାଷ୍ଟ୍ର ର ଗଠନ ରେ ଶ୍ରମିକ ମାନଙ୍କ ର ଅବଦାନ ନଗନ୍ୟ, ସେ ପ୍ରବାସୀ ଶ୍ରମିକ ମାନଙ୍କୁ ସରକାର ଙ୍କ ତରଫରୁ ଦିଆଯାଉଥିବା ବହୁ ପ୍ରକାରର କାମ ର ଲାଭ ଉଠାଇ ନିଜ ନିଜ ଗ୍ରାମର ବିକାଶ ଓ ନିଜର ତଥା ପରିବାର ର ବିକାଶ ପ୍ରତି ଦୃଷ୍ଟି ଦେବାପାଇଁ କହିଥିଲେ । ଏହି ପରିପେକ୍ଷୀରେ ଅନ୍ୟ ବକ୍ତାମାନେ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ଉକ୍ତ ସଭା କୁ ପରିଚାଳନା କରିଥିଲେ ଏବଂ ସରପଞ୍ଚ ଶ୍ରୀ ଶବର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମପଞ୍ଚାୟତ ର ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସଭା କୁ ସାଫଲ୍ୟ ମଣ୍ଡିତ କରିବାରେ ଉକ୍ତ ପଂଚାୟତ କର୍ମକର୍ତା ସବିଶେଷ ସାହାଯ୍ୟ ଓ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ..