ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଶକ୍ତି ସଦନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ଶକ୍ତି ସଦନ ଗୃହ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ସରକାରୀ ଓକିଲ ପୂର୍ଣଚନ୍ଦ୍ର ନାଗ ଓ ରଶ୍ମିତା ମହାନନ୍ଦ, ରିଟେନର କଲ୍ୟାଣୀ ନାଏକ, ବରିଷ୍ଠ ଓକିଲ ତଥା ଉକ୍ତ ସଦନ ଗୃହ ର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଅବସରରେ ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମହିଳା ମାନଙ୍କ ପାଇଁ ଗୃହୀତ ହୋଇଥିବା ବିଭିନ୍ନ ଅଧିନିୟମ ତଥା ଅଧିକାର ବିଷୟରେ ବୁଝାଇ ଥିଲେ ତଥା ତାଲୁକ ଆଇନ ସେବା କଣ ଓ ଯଦି କୌଣସି ମହିଳାଙ୍କ ପ୍ରତି ଅନ୍ୟାୟ, ଅବିଚାର ହେଉଛି ସେ ମାଗଣା ଆଇନ ସେବା ର ଲାଭ କି ଭଳି ଭାବରେ ପାଇ ପାରିବେ ତାହା କହିଥିଲେ । ଏବଂ ନାରୀ ସଶକ୍ତିକରଣ ପାଈଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ସମ୍ୟକ ଧାରଣା ଦେଇଥିଲେ। ଏହି ପରିପେକ୍ଷୀରେ ଅନ୍ୟ ବକ୍ତାମାନେ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଶ୍ରୀମତୀ କଲ୍ୟାଣୀ ନାଏକ ଉକ୍ତ ସଭା କୁ ପରିଚାଳନା କରିଥିଲେ ଏବଂ ଏହି ସଦନ ର ଦେବରାଜ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ସଦନର ଅନ୍ତେବାସୀ ତଥା ସ୍ଥାନୀୟ ମହିଳା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….