ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

।
ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ନିର୍ମାଣାଧୀନ ନୂତନ ସିଭିଲ କୋର୍ଟ ପରିସର କେବିଡି ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କଅଁର, ବନପାଳ ସିମା ଧଙ୍ଗଡ଼ାମାଝି, ଧର୍ମଗଡ ଆଇନଜୀବୀ ସଂଘର ସଂପାଦକ ବସନ୍ତ ଠାକୁର, ବରିଷ୍ଠ ଆଇନଜୀବୀ ହରିଶଚନ୍ଦ୍ର ବାଗ, କମଳିନୀ ରଥ, ସଂଯୁକ୍ତା ପଣ୍ଡା, ତୁଷାର ରଞ୍ଜନ ନାଏକ ଓ ସରକାରୀ ଓକିଲ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କ ନେତୃତ୍ୱ ରେ ନୂତନ ସିଭିଲ କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନାବଶ୍ୟକ ଜଙ୍ଗଲ କ୍ଷୟ,ପରିବେଶ ପ୍ରଦୂଷଣ,ଏବଂ ଜଳବାୟୁ ତାପୟନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ପରିବେଶ ଦୂଷିତ ହେବାସହ ମଣିଷ ସମାଜ ବିପତ୍ତି ଆଡକୁ ଟାଣି ହେଉଛି।ଏହା ଦ୍ୱାରା ମଣିଷ ସମାଜ କୁ ବିଭିନ୍ନ ଭୁତାଣୁ ଜନିତ ରୋଗ,ପ୍ରାକୃତିକ ଦୁର୍ବିପାକ,ଜୀବଜଗତ ପ୍ରତି ବିପଦ ଦେଖା ଦେଉଛି ବୋଲି ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ସଚେତନ କରାଇ ଥିଲେ ଏବଂ ଏହି ଉଦ୍ଦେଶ୍ୟ ରେ ଏକ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟ୍ଯକ୍ରମରେ ଧର୍ମଗଡ଼ ସିଭିଲ କୋର୍ଟ ର କର୍ମଚାରୀ ତଥା ତାଳୁକ ଆଇନ ସେବା ସମିତି ର ସ୍ବେଛାସେବୀ ବୃନ୍ଦ ଉପସ୍ଥିତ ଥାଇ ବୃକ୍ଷ ରୋପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )