November 13, 2025
Home » ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ।

ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ।

0
WhatsApp Image 2025-09-25 at 12.40.13 PM

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ବହୁତ ଆଡ଼ମ୍ବର ଭାବେ ନବରାତ୍ର ଉତ୍ସବ ପାଳନ କରାଯାଉଛି। ଏନେଇ ଭବ୍ୟ କଳସ ଯାତ୍ରା, କଳସ ସ୍ଥାପନ ଓ ଧ୍ୱଜା ରୋହଣ ପରେ ଦେବୀଙ୍କର ବୈଦିକ ପୂଜା ଓ ଅଭିଷେକ ହୋଇଥିଲା।

ପ୍ରତ୍ୟହ ଧ୍ଵଜା ରୋହଣ ପରେ ସକାଳୁ ଅଭିଷେକ, ଚଣ୍ଡିପାଠ,ସନ୍ଧ୍ୟାରେ ଆଳତି ରୀତି ନୀତିରେ ଅନୁଷ୍ଠିତ ହେଉଛି। ମାଁ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଜମୁଛି। ମୁଖ୍ୟ ପୂଜକ ପଣ୍ଡିତ ସୁରେଶ କୁମାର ଦାସ ଓ ପଣ୍ଡିତ ଶ୍ରୀଧର ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ପଙ୍କଜ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଅନୁ ଅଗ୍ରୱାଲ କର୍ତ୍ତା ଦାୟିତ୍ଵ ନେଇଥିବା ବେଳେ ଗଣେଶ ଅଗ୍ରୱାଲ ସହ କର୍ତ୍ତା ଭାବେ ଦାୟିତ୍ୱରେ ଅଛନ୍ତି। ଆସନ୍ତା ନବମୀ ଦିନ କନ୍ୟା ପୂଜନ ସହିତ ଚଣ୍ଡୀପାଠ ରେ ଭକ୍ତ ମାନେ ସାମିଲ ହେବେ। ଏନେଇ ୭୧ ଜଣ ଭକ୍ତଙ୍କ ଅଖଣ୍ଡ ଦୀପ ସ୍ଥାପନ କରଯାଇଛି।

ଆସନ୍ତା ୧ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଜଣା ଯାଇଛି। ସେ ଦିନ ସ୍ବତନ୍ତ୍ର ଭାବରେ ମାଁ ବିଜୟା ପୂଜନ, ମାଁ ଅପରାଜିତା ପୂଜନ ଏଵଂ ସମି ପୂଜନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନବଦିନାତ୍ମକ ଉତ୍ସବ କୁ ପଞ୍ଚଦେବ ବ୍ରଜମୋହନ ନବ ରାତ୍ର କମିଟିର ସଭାପତି ସାଇ ଗୋପାଳ ସାହୁ,ସମ୍ପାଦକ ମୁନିରାମ୍ ମାଝୀ ପରିଚାଳନା କରୁଥିବା ବେଳେ ସୁବାସ ଅଗ୍ରୱାଲ, ଜନ୍ମେଜୟ ନାଏକ, ରାଜେଶ ମିତ୍ତଳ, କିଶୋର ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, କୁମୁଦ ସାହୁ, ସରୋଜ ସାହୁ, ହନୁମାନ ପ୍ରସାଦ ପ୍ରମୂଖ ସହଯୋଗ କରୁଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *