ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ
ଧର୍ମଗଡ ଗାୟତ୍ରୀ ମନ୍ଦିର ପରିସର ରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । କଳାହାଣ୍ଡି ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଶରତ ଚନ୍ଦ୍ର ନାୟକ, ଉପ ସଭାପତି ମନୋଜ କୁମାର ପାଣିଗ୍ରାହୀ, ସଧାରଣ ସମ୍ପାଦକ ରାଜେନ୍ଦ୍ର ସାହୁ,ସମ୍ପାଦକ ମହେନ୍ଦ୍ର ପଣ୍ଡା ଓ ଉପଦେଷ୍ଟା ଅଭିରାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସର ରେ ଧର୍ମଗଡ ବ୍ଲକ ସଂଘ ଗଠିତ ହୋଇ ଥିଲା ।

ସର୍ବ ସମ୍ମତି କ୍ରମେ ଧର୍ମଗଡ ବ୍ଲକ ସଭାପତି ଭାବେ କବିରାଜ ଦୂର୍ଗା, କାର୍ଯ୍ୟକାରି ସଭାପତି ଭାବେ ସୁବାଷ ସାହୁ, ଉପସଭାପତି ଭାବେ ଶ୍ୟାମ ସୁନ୍ଦର ନାଗ ଓ ପ୍ରମୋଦ କୁମାର ହଂସ, ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ଭୋଇ, ସହ ସମ୍ପାଦକ ଭାବେ ଧରଣୀ ଧର ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରତାପ କିଶୋର ଆଚାର୍ଯ୍ୟ ଙ୍କୁ ମନୋନୀତ କରା ଯାଇଥିଲା । ଅବସର ପ୍ରାପ୍ତ ବିଇଓ ଲୋକନାଥ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରି ଥିଲେ ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
