ଧର୍ମଗଡ ବ୍ଲକ ଟିପିଗୁଡ଼ା ଠାରେ ଆରମ୍ଭ ହୋଇଛି ନାଇଟ ପ୍ରିମିଅର ଲିଗ୍ (ଏନ୍. ପି. ଏଲ୍) ର ଦ୍ୱିତୀୟ ସଂସ୍କରଣ।
ଧର୍ମଗଡ ବ୍ଲକ ଟିପିଗୁଡ଼ା ଠାରେ ଆରମ୍ଭ ହୋଇଛି ନାଇଟ ପ୍ରିମିଅର ଲିଗ୍ (ଏନ୍. ପି. ଏଲ୍) ର ଦ୍ୱିତୀୟ ସଂସ୍କରଣ। ଧର୍ମଗଡ଼ ସରପଞ୍ଚ ସଂଘ ସଭାପତି ତଥା ଟିପିଗୁଡ଼ା ସରପଞ୍ଚ ହାତିରାମ ଦୁର୍ଗା ଏହାକୁ ଉଦଘାଟନ କରିଥିବା ବେଳେ ଗାଁ ଗୌନ୍ତିଆ ବନ୍ଦକୁମର ନାଏକ, ସୁନ୍ଦର ନାଏକ, ଟି.ଏସ୍.ଏ ର ପୂର୍ବତନ ଅଧିନାୟକ ପ୍ରକାଶ ଦୁର୍ଗା, ସମାଜ ସେଵୀ ରାଜେଶ ପଟ୍ଟନାୟକ, ଓ.ସି.ଏ ର ପ୍ୟାନେଲ ଅମ୍ପାୟାର ତେଜନ୍ ଦୁର୍ଗା, ଶିକ୍ଷକ ସତ୍ୟରାମ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପ୍ରତିଯୋଗିତାରେ ୪ଟି ମାଲିକାନାରେ ଥିବା ଦଳ ଭାଗ ନେଇଛନ୍ତି। ରାଜେଶ ପଟ୍ଟନାୟକଙ୍କ “ପଟ୍ଟନାୟକ ପାନ୍ଥର”, ସତ୍ୟରାମ ନାଏକଙ୍କ “ସତ୍ୟ ଚମ୍ପିଆନ”, ତେଜନ ଦୁର୍ଗାଙ୍କ “ତେଜନ ଟାଇଟନ୍” ଓ ଲୋଚନ ନାଏକଙ୍କ “ଲୋଚନ ୱାରିଅର” ମଧ୍ୟରେ ମୁକାବିଲା ହେବ। ୫ ଦିନ ଧରି ଚାଲିବାକୁ ଥିବ ଏହି ଗ୍ରାମାଞ୍ଚଳ କ୍ରୀଡ଼ାମହାକୁମ୍ଭ ର ଫାଇନାଲ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଟିପିଗୁଡ଼ା କ୍ରୀଡ଼ା ସଂଘ ତରଫରୁ ସୁଚନା ଦିଆଯାଉଛି। ଏହି ଅଞ୍ଚଳରେ ରାତ୍ରି କାଳୀନ ପ୍ରତିଯୋଗିତା ଏକ ନୂତନ ପ୍ରୟାସ ତେଣୁ ଆଖ ପାଖ ଅଞ୍ଚଳରୁ ଶହ ଶହ ପୁରୁଷ ଓ ମହିଳା କ୍ରୀଡ଼ାପ୍ରେମୀଙ୍କ ଭିଡ଼ ପରି ଲକ୍ଷିତ ହେଉଛି। ପଟ୍ଟନାୟକ ପାନ୍ଥର ଓ ତେଜନ ଟାଇଟନ୍ ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ପଟ୍ଟନାୟକ ପାନ୍ଥର ୪୯ ରନ୍ ରେ ବିଜୟ ଲାଭ କରିଛି। ଅଧିନାୟକ ଦିନେଶ ଦୁର୍ଗାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଭାବରେ ପୁରସ୍କୃତ କରାଯାଇଥିଲା। ରିତୁ ଗୋପାଳ ଓ ରୁପଚନ୍ ସେଠୀ ଖେଳ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରି ଦାୟିତ୍ୱରେ ଥିଲେପ୍ରକାଶ ଦୁର୍ଗା। ଶିବୁ ନାଏକ ଓ ଟୁନା ନାଏକ ସ୍କୋରର ଥିଲେ। ଚାନ୍ଦ ପଟ୍ଟନାୟକ, ସରୋଜ ନାଏକ, ଭାଗ୍ୟ ନାଏକ, ଫାଲଗୁନି ମଙ୍ଗରାଜ, ତେଜରାମ ନାଏକ, ଦ୍ରୋଣ ପୁଞ୍ଜି, ବିକ୍ରମ ନାଏକ, ନିଲୁ ନାଏକ, ହ୍ୟାପି ଦୁର୍ଗା, କୁନା ନାଏକ, ମୁକ୍ତେ ନାଏକ, କୁଲେନ୍ଦ୍ର ନାଏକ, ଭକ୍ତ ମାଝି, ଖୁଦ ନାଏକ ପ୍ରମୁଖ ଉଦଘାଟନୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
