July 26, 2025
Home » ଧର୍ମଗଡ ରେ ନୂତନ ଏସଡିପିଓ ଓ ଥାନା ଅଧିକାରୀଙ୍କ ଯୋଗଦାନ

ଧର୍ମଗଡ ରେ ନୂତନ ଏସଡିପିଓ ଓ ଥାନା ଅଧିକାରୀଙ୍କ ଯୋଗଦାନ

0
WhatsApp Image 2025-07-24 at 11.20.57 AM

ଧର୍ମଗଡ ଉପଖଣ୍ଡ ର ନୂତନ ଏସ ଡି ପି ଓ ଭାବେ ଡୋଳାମଣି ଭୋଇ ଆଜି କାର୍ଯ୍ଯ ରେ ଯୋଗଦେଈ ଛନ୍ତି । ଏଠାରେ କାର୍ଯ୍ୟରତ ଏସଡିପିଓ ମନୋଜ କୁମାର ବେହେରାଙ୍କୁ ଲକ୍ଷ୍ମୀପୁ୍ର କୁ ଏସଡିପିଓ ଭାବେ ବଦଳି ହେବା ପରେ ଶ୍ରୀ ଭୋଇ ଆଜି କାର୍ଯ୍ୟ ରେ ଯୋଗ ଦେଈଛନ୍ତି । ଶ୍ରୀ ଭୋଇ ଏଥି ପୂର୍ବରୁ କେନ୍ଦୁଝର ଜିଲ୍ଲା ରେ ଡି ଏସ ପି (ପିସିଆର ସେଲ) ଭାବେ କାର୍ଯ୍ୟରତ ଥିଲେ। ସେହିପରି ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାରସ ଙ୍କୁ ଆମପାଣି କୁ ବଦଳି ହୋଇ ଯାଇଥିବାରୁ ସୁଦର୍ଶନ ନାୟକ ଙ୍କୁ ଧର୍ମଗଡ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

ଶ୍ରୀ ନାୟକ ଏହା ପୂର୍ବରୁ ମଦନପୁର ରାମପୁର ଥାନାରେ କାର୍ଯ୍ୟରତ ଥିଲେ।ନବ ନିଯୁକ୍ତ ଏସଡିପିଓ ଓ ଥାନା ଅଧିକାରୀ ଙ୍କୁ ଧର୍ମଗଡ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସଂଘ ର ସଭାପତି ବିଦ୍ୟାଧର ସାହୁ, ଉପସଭାପତି ନରେଶ କୁମାର ଅଗ୍ରୱାଲ, ଯଶୋବନ୍ତ ମେହେର, ସହ ସମ୍ପାଦକ ଅତୁଲ୍ୟ କୁମାର ମେହେର, ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ସାମ୍ୱାଦିକ ବୈଦ୍ୟନାଥ ବେହେରା, ପ୍ରମୁଖ ଏସଡିପିଓ ଶ୍ରୀ ଭୋଇ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ।


ଏହି ଅବସରରେ ଧର୍ମଗଡ ସହର ରେ ଥିବା ଟ୍ରାଫିକ ସମସ୍ୟା ର ନିୟନ୍ତ୍ରଣ, ପୁଲିସ ର ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା।ଅଞ୍ଚଳ ରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ପାଇଁ ଏସ ଡି ପି ଓ ଶ୍ରୀ ଭୋଇ ମଧ୍ଯ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *