October 24, 2025
Home » ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ।

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ।

0
WhatsApp Image 2024-12-26 at 4.17.49 PM (1)

ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ସଶକ୍ତ ରାଜ୍ୟର ପରିଚୟ ଦେଇଛି। ଓଡ଼ିଶାରେ ଗରିବୀ କମି ଯାଇଛି।ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ମଧ୍ୟ ସୃଷ୍ଟି କରିଛି । ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି ।ବିଜୁ ଜନତା ଦଳର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।

ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଧର୍ମଗଡର ପୂର୍ବତନ ବିଧାୟକ ମୌଷଧି ବାଗ, ଆଇନଜୀବି କଲ୍ୟାଣୀ ନାଏକ, ବିଜୁ ମହିଳା ସେଲ ର ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ସରକାରୀ ଓକିଲ ଭବାନୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ପ୍ରଣବ ଭଏଁସାଲ, ଗୋପୀନାଥ ମହାନନ୍ଦ, ଅଶୋକ କୁମାର ପଟ୍ଟଯୋଷୀ, ରାଜେନ୍ଦ୍ର ନାଏକ, ଡାକେ ଲହଜଲ, ଧର୍ମଗଡ ବ୍ଲକ ମହିଳା ସଭାପତି ମିଥିଳା ପୁଞ୍ଜି, ଜିଲ୍ଲା ଏସସି ସେଲ ଉପ ସଭାପତି କ୍ଷୀରୋଦ ବାଗ,ଧର୍ମଗଡ ବ୍ଲକ ପ୍ରତିନିଧି ସ୍ଵାଧୀନ ବାଗ, ପ୍ରଶାନ୍ତ ତିୱାରୀ, ମଦନ ନାଏକ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ମୁନି ମଞ୍ଚ ପରିଚାଳନା କରିଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *