ଧର୍ମଗଡ ରେ ବ୍ଲକ ସ୍ତରୀୟ କଲାହାଣ୍ଡି ଉତ୍ସବ ଘୁମୁରା-୨୦୨୬
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅନୁଷ୍ଠିତ ହୋଇ ଯାଇଛି | ଧର୍ମଗଡ ଭଣ୍ଡାର ମନ୍ଦିର ନିକଟରୁ ମଶାଲ ଶୋଭାଯାତ୍ରା ପରେ ଉଦଘାଟନୀ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ

ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସଦାଶିବ ନାୟକ, ବ୍ଲକ ଉପାଧ୍ୟକ୍ଷା ଜୁଲି ମେହେର, ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ଼, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ସମିତି ସଙ୍ଘ ସଭାପତି ସରୋଜ ଶବର ପ୍ରମୁଖ ମଞ୍ଚାସିନ ହୋଇ କଳାହାଣ୍ଡି ର କଳା,ସଂସ୍କୃତି, ଐତିହ୍ୟ,ପରମ୍ପରା, ଲୋକଗୀତ, ଲୋକ ନୃତ୍ୟ ଓ ପରମ୍ପରା ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ପୂର୍ବରୁ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଓ ଅନେକ ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ସଂସ୍କୃତିକ ଦଳର କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
