February 5, 2026
Home » ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା

ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା

0
WhatsApp Image 2026-01-15 at 1.58.36 PM

 

ଆଜି ୧୫ ତାରିଖ ଠାରୁ ୧୭ ତାରିଖ ଯାଏଁ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ମହାଆଡମ୍ବରରେ ଆରମ୍ଭ ହୋଇଛି। ଏନେଇ ଆଜି ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା ମା ଙ୍କ ମନ୍ଦିରରୁ ପ୍ରବଳ ଜନସମାଗମ ମଧ୍ୟରେ ଉତ୍ସବ ମଞ୍ଚ କୁ ଆସିଥିଲେ। ପୂଜାର୍ଚ୍ଚନା ପରେ ମା ଙ୍କ ସଦୃଶ କଳସ କୁ ମଞ୍ଚ ରେ ସ୍ଥାପନା କରାଯାଇଛି। ଉତ୍ସବ ତିନି ଦିନ ମା ମଞ୍ଚ ଉପରେ ପୂଜା ପାଇବେ। କଳସ ଯାତ୍ରା କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମା ଙ୍କ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥଲା।ଆଜି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମ ର ବିହୁ, କଟକର ସିଂହମ୍ ନୃତ୍ୟ, ଗଞ୍ଜାମ ର ବିଚିତ୍ର ବର୍ଣାଳୀ, କଳାହାଣ୍ଡି ଜିଲ୍ଲାର ମୃଣୟୀ ସାଂସ୍କୃତିକ ଅନୁଷ୍ଠାନ, ଲଗନ୍ ସାଂସ୍କୃତିକ ଅନୁଷ୍ଠାନ,ଆସାମ ର ବିହୁ, ସର୍ବେଶ୍ଵର ଭୋଇ ଏବଂ ସାଥୀଙ୍କ ଦ୍ଵାରା ଷ୍ଠାର ନାଇଟ ସଙ୍ଗୀତ କାର୍ଯ୍ୟକ୍ରମ ସହ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

ସାଜସଜ୍ଜା କୁ ନେଇ ଧର୍ମଗଡ଼ ଉତ୍ସବ ସବୁବେଳେ ଚର୍ଚ୍ଚାରେ ରହିଛି। ଏଥିରେ ଜିଲ୍ଲାର ଐତିହାସିକ/ପୌରାଣିକ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ମଞ୍ଚର ରୂପ ଦିଆଯାଇ ଆସୁଅଛି। ଚଳିତ ବର୍ଷ କଳାହାଣ୍ଡିର କନ୍ଦାଗଡ ର ପଥର ଶିଳ୍ପକୁ ମଞ୍ଚରୂପ ଦିଆଯାଇଛି।ଚଳିତ ଉତ୍ସବରେ ସ୍ଵାଭାବିକ ଠାରୁ ଅଧିକ ଭିଡ଼ ହେବ ବୋଲି ଆଶା କରାଯାଉ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସର୍ବସାଧାରଣଙ୍କ ଗାଡ଼ି ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ତିନିଛକ ଏବଂ ଚାରିଛକ ରେ ପୋଲିସ ଚେକିଂ ବ୍ୟବସ୍ଥା ରହିଛି। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ତରଫରୁ ବିଭିନ୍ନ ଷ୍ଟଲ ସହ ମିନା ବଜାର ବ୍ୟବସ୍ଥା କରାଯାଇଛି ।ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ସବ କମିଟିର ଅଧ୍ୟକ୍ଷ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଆଇଏଏସ,ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡିଏସପି ଡୋଳାମଣି ଭୋଇ, ଥାନା ଅଧିକାରୀ ସୁଦର୍ଶନ ନାୟକ,ସହ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ସମେତ ଧର୍ମଗଡ ଉତ୍ସବ ସବ କମିଟି ର ସଦସ୍ୟ ଙ୍କ ବଳିଷ୍ଠ ନେତୃତ୍ୱରେ ଏଥର ଉତ୍ସବ କୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *