ଧର୍ମଗଡ ସିଟିଜନ ଫୋରମ୍ ପକ୍ଷରୁ ଅର୍ଜୁନ ପଟ୍ଟଯୋଷୀ ସ୍ମୃତି ସମ୍ମାନ

୭୯ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଧର୍ମଗଡ ସିଟିଜନ ଫୋରମ୍ ପକ୍ଷରୁ ଅର୍ଜୁନ ପଟ୍ଟଯୋଷୀ ସ୍ମୃତି ସମ୍ମାନ ପ୍ରଦାନ କରା ଯାଇଅଛି। ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ପଟ୍ଟଯୋଷୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁଅ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀ ଅଞ୍ଚଳର ଦୁଇଜଣ କୃତୀ ସନ୍ତାନଙ୍କୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରିଥାନ୍ତି।
ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଫ୍ୟାସନ ଡିଜାଇନର ତଥା ସଫଳ ଉଦ୍ୟୋଗୀ ସମାଜ ସେବୀ ସୁଜିତ ମେହେର ଓ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ତୋଫାନ ନାଏକ ଙ୍କୁ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ