May 9, 2025
Home » ଧର୍ମର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଅବଦାନ ଅବିସ୍ମରଣୀୟ

ଧର୍ମର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଅବଦାନ ଅବିସ୍ମରଣୀୟ

0
vlcsnap-2025-05-05-18h15m21s238

ବ୍ରହ୍ମପୁର- ପୀଠ ପରିଷଦ ଓ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ବ୍ରହ୍ମପୁର ଶାଖା ପକ୍ଷରୁ*ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ* ସ୍ଥାନୀୟ ପୁରୁଣା ବ୍ରହ୍ମପୁର ରାମାଧୀନ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ରେ ଇଂ, ସୂର୍ଯ୍ୟ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି।
ଉତ୍ସବ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବାପରେ ହୋମ ,ପୂଜା,ଆରତୀ ସମର୍ପଣ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଧର୍ମର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଅନ୍ୟ ତମ ଅତିଥି ମହନ୍ତ ଚିନ୍ମୟାନନ୍ଦ ମହାରାଜ କହିଲେ ଯେ ଯୁବ ସମାଜ ଆଦିତ୍ୟ ବାହିନୀର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଉଚିତ। ପ୍ରାଧ୍ୟାପକ ରମେଶ ଚରଣ ତ୍ରିପାଠୀ, ବ୍ରହ୍ମପୁର ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ,ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ହରିହର ଦାସ ମହାରାଜ ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାରେ ସ୍ବାମୀ ଅଖିଳାନନ୍ଦ ଓ ସ୍ବାମୀ ହରିଶରଣାନ୍ଦ ମହାରାଜ ଦ୍ବୟଙ୍କୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍ ),ଫ୍ର, ସୁରେନ୍ଦ୍ର ସାହୁ, ପ୍ରଭାତ କୁମାର ଷଡଙ୍ଗୀ, ଲଡୁକେଶ ମିଶ୍ର, ଡଃ ବିଷ୍ଣୁ ପ୍ରସାଦ ଦାଶ,ପ୍ରୀତି ସ୍ମିତି ମିଶ୍ର, ଜୟଶ୍ରୀ ପାତ୍ର, ଶୁଭ୍ରାଂଶୁ ମିଶ୍ର,ଅନନୂୟା ନାଥ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।
ଆଦିତ୍ୟ ବାହିନୀର କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ସାହୁ, ରାମ ପ୍ରସାଦ ପଣ୍ଡା, ବାବୁଲା ମାଦଳା, ପରିମଳ କୁଣ୍ଡୁ, କାର୍ତ୍ତିକ ସାହୁ, ଶାନ୍ତିଲତା ପାଢ଼ୀ, ଜ୍ୟୋତ୍ସ୍ନା ରତ୍ନଗର୍ଭା ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ।
ଶେଷରେ ଗୋପାଳ କୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ଇପିଏ ରୁ ଓ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *