ଧର୍ମ ପରାୟଣା ମହିଳାଙ୍କ ପରଲୋକ
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ସାନବର୍ଡାକଟା ଗ୍ରାମର ପରମ ଧର୍ମ ପରାୟଣା ମହିଳା ଭୂମିସୂତା ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ଏକ ମାସ ହେଲା ବିକାଶ ହସପିଟାଲ ବରଗଡ଼ରେ ଚିକିତ୍ସିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ଉତ୍ତମ ମହାପାତ୍ର,ଚାରି ପୁଅ,ଚାରି ବୋହୂ , ଝିଅ ଜ୍ୱାଇଁ, ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।ମୃତ୍ୟୁ ଖବର ପାଇ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି l ତାଙ୍କ ଶେଷଯାତ୍ରାରେ ଗ୍ରାମର ଶତାଧିକ ଲୋକ ଯୋଗଦାନ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
