February 5, 2026
Home » ଧର୍ମ ପରାୟଣ ମହିଳା ଉମାଦେବୀ ଅଗ୍ରୱାଲ ଙ୍କ ପରଲୋକ।

ଧର୍ମ ପରାୟଣ ମହିଳା ଉମାଦେବୀ ଅଗ୍ରୱାଲ ଙ୍କ ପରଲୋକ।

0
WhatsApp Image 2025-05-24 at 12.13.16 PM

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ସମାଜ ସେବୀ ବଜରଙ୍ଗ ଅଗ୍ରୱାଲ ଓ କିଶୋର ଚନ୍ଦ୍ର ଅଗ୍ରୱାଲ ମାଆ ଉମା ଦେବୀ ଅଗ୍ରୱାଲ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ଶୁକ୍ରବାର ଏକାଦଶୀ ଦିନ ସକାଳ ୧୦ ଘଣ୍ଟା ସମୟରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡପୁଅ ସୁରେଶ ଅଗ୍ରୱାଲ, ନରେଶ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ମନୋଜ ଅଗ୍ରୱାଲ ଓ ସାନପୁଅ କିଶୋର ଅଗ୍ରୱାଲ,ପୁତ୍ରବଧୂ, ନାତି ନାତୁଣୀ, ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା। ମଝିଆ ପୁଅ ବଜରଙ୍ଗ ଅଗ୍ରୱାଲ ମୁଖାଗ୍ନୀ ଦେଇଥିଲେ। ସେ ଜଣେ ଧର୍ମପରାୟଣା ମହିଳା ଥିଲେ। ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେ ସାମିଲ ରହୁଥିଲେ। ତାଙ୍କର ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *