ଧାନକଟା ସରିଲା, ମଣ୍ଡି ଖୋଲିଲା.. ତଥାପି ଆସିନି ଟୋକନ
ଧାନକିଣାରେ ବିଳମ୍ବ, ଅଭାବୀ ବିକ୍ରିର ଶିକାର ଚାଷୀ…..
କଳାହାଣ୍ଡି ଜିଲ୍ଲାରେ ବହୁ ଚାଷୀ ବର୍ତ୍ତମାନ ଧାନ କାଟି ସାରିଲେଣି।ଗତ ନଭେମ୍ବର ୨୯ରୁ ମଣ୍ଡି ବି ଆରମ୍ଭ ହୋଇଛି।କିନ୍ତୁ ଏବେ ମଧ୍ୟ ବହୁ ଚାଷୀଙ୍କ ଟୋକନ ଆସି ନଥିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।ମିଲର୍ମାନେ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି କ୍ଲିଅରାନ୍ସ ପାଇଁ କୋଲକତା ଯାଇଥିବା ଯୋଗୁଁ ଧାନକିଣା ବିଳମ୍ବ ହେଉଛି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଥିଛି।ଫଳରେ ଚାଷୀମାନେ ଧାନର ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ସୂଚନା ଅନୁଯାୟୀ,କଳାହାଣ୍ଡି ଜିଲ୍ଲାରେ ନଭେମ୍ବର୨୯ ତାରିଖଠାରୁ ମଞ୍ଜି ପୂଜା ହୋଇ ଜୟପାଟଣା ବ୍ଲକ ବିମଲା ମଣ୍ଡିରୁ ଧାନକିଣା ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ମାତ୍ର ୨ ଜଣ ଚାଷୀଙ୍କଠାରୁ ୧୫୦ କୁଇଣ୍ଟାଲ ଧାନ କିଣି ଯୋଗାଣ ବିଭାଗ ଦାୟିତ୍ଵ ସାରି ଦେଇଛି। ଜିଲ୍ଲାରେ ୩୦୩ଟି ମଣ୍ଡି ଖୋଲାଯିବାକୁ ଥିବା ବେଳେ ଧାନବିକ୍ରି ପାଇଁ ୧ଲକ୍ଷ ୨୧ ହଜାର ୧୮୧ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୩୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି।୯୦ଜଣ ମିଲର୍ସ ଚୁକ୍ତି କରିଥିବା ବେଳେ ସେମାନେ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଛନ୍ତି। ଏହି ବ୍ୟାଙ୍କ ଗ୍ୟାରେଣ୍ଟି କ୍ଲିଅରାନ୍ସ ପାଇଁ କୋଲକତା ଯାଇଥିବା ଯୋଗୁଁ ମଣ୍ଡିରେ ଧାନକିଣା ବିଳମ୍ବ ହେଉଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ଜିଲ୍ଲା ପ୍ରଶାସନ ଜାଣିଶୁଣି ମଣ୍ଡି ଆରମ୍ଭରେ ବିଳମ୍ବ ଯୋଗୁଁ ଦଲାଲ ମାଧ୍ୟମରେ ବହୁ ଚାଷୀଙ୍କ ଧାନ ଛତିଶଗଡ଼ ପାର ହୋଇସାରିଲାଣି। ବର୍ତ୍ତମାନ ଚାଷୀଙ୍କ ଧାନକଟା ସରିଥିବା ବେଳେ ମଣ୍ଡି ନାମକୁମାତ୍ର ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ବହୁ ଚାଷୀଙ୍କ ଟୋକନ ମିଲୁ ନଥିବା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି । ଜୟପାଟଣା ବ୍ଲକ୍ ଖଲିଆଭଟ୍ଟା ଗାଁର ପତି ମାଝୀ, ପି. ସୂର୍ଯ୍ୟା କୁମାର ଭୋଲାରାମ ନାଏକ, କେ, ଲକ୍ଷ୍ମୀ ପାର୍ବତୀ, କେ ରୋହିତ କୁମାର, ପି. ଶ୍ରୀନିବାସ ରାଓ, ଅରୁଣା କୁମାର୍ଗ ସମେତ ବହୁ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟୋକନ ଆସିନାହିଁ।ସେହିଭଳି ଜିଲ୍ଲାର ବହୁ ଅଞ୍ଚଳରେ ଚାଷୀଙ୍କ ଟୋକନ ଆସି ନଥିବା ଯୋଗୁଁ ଅକଳରେ ପଡ଼ିଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରୁ କହିଥିଲେ, ମିଲର୍ସଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଅନୁମୋଦନ ପାଇଁ କୋଲକତା ପଠାଯାଇଛି। ଆହୁ୪ରୁ ୫ ଦିନ ମଧ୍ୟରେ ଏହା ଆସିଲା ପରେ ଧାନକିଣା ଆରମ୍ଭ ହେବ। ଯେଉଁ ଚାଷୀମାନଙ୍କ ଟୋକନଆସିନାହିଁ ସେମାନେ ଟୋଲ୍ ନଂ ୧୯୬୭ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ସେହିଭଳି ସାଟେଲାଇଟ ଭେରିଫିକେସନରେ କିଛି ତ୍ରୁଟି ଥିଲେ ମଧ୍ୟ ଟୋକନ ଆସିବାରେ ବିଳମ୍ବ ହେଉ ବୋଲି କହିଥିଲେ। ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଚାଷୀମାନେ କ୍ଵିଣ୍ଟାଲ ପିଛା ୧୭ଶହ ଟଙ୍କାରେ ବିକ୍ରି ଆରମ୍ଭ କରିଛନ୍ତି। ଧାନ ଅମଳ ପରେ ମଣ୍ଡିର ଅନିଶ୍ଚିତତା ନେଇ ଚାଷୀ ଚିନ୍ତାରେ ଥିବାବେଳେ ଦଲାଲମାନେ କମ୍ ଦରରେ ଧାନ କିଣି ଛତିଶଗଡ଼ ଚାଲାଣ କରୁଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ନା ସ୍ୱାର୍ଡ ଗଠନ ହୋଇଛି ନା’ ଛତିଶଗଡ ଚାଲାଣ ରୋକାଯାଉଛି ନା’ ମଣ୍ଡି ଠିକ୍ ଭାବରେ ଆରମ୍ଭ କରାଯାଉଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।ମଣ୍ଡିରେ ଧାନ କିଣିବା ଯେତିକି ବିଳମ୍ବ ହେଉଛି ସେତିକି ଚୋରାରେ ଧାନ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହେବାରେ ଲାଗିଛି। ଛତିଶଗଡ ରାଜ୍ୟର ସୀମାନ୍ତରେ ଥିବା ୭ଟି ମଣ୍ଡିକୁ ବେଧଡ଼କ ଭାବରେ କଳାହାଣ୍ଡିର ଧାନ କିଣା ପୂର୍ବରୁ ମିଲର୍ସଙ୍କ ମିଲର୍ସ ଜିଦରେ ନଛୋଡ଼ବନ୍ଧା, ଚାଷୀଙ୍କ ଭାଗ୍ୟ ଦୋଛକିରେ। ଦାବି ପୂରଣ ନହେବାରୁ ଧାନ ନ ଉଠାଇବା ଜିଦରେ ମିଲର୍ମାନେ ନଛୋଡ଼ବନ୍ଧା ରହିଛନ୍ତି। ରାଜ୍ୟ ସରକାର ଓ ରାଜ୍ୟ ମିଲର ସଙ୍ଘ ମଧ୍ୟରେ ସମସ୍ୟା ସମାଧାନ ନହେବାରୁ ଧାନ ଉଠାଇବେ ନାହଁ ବୋଲି ରାଜ୍ୟ ମିଲ୍ ମାଲିକ ସଙ୍ଘ ସଭାପତି ମହେଶ ବଂଶଲ ପ୍ରକାଶ କରିଛନ୍ତି।ସେହିପରି କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ମିଲର ସଙ୍ଘ ବୈଠକ ଆଜି ହୋଇଥିଲେ ବି ଆଲୋଚନା ବିଫଳ ହୋଇଛି। ଦାବି ପୂରଣ ନହେବା ଯାଏଁ ସେମାନେ ଚୁକ୍ତି କରିବେ ନାହିଁ କି ମୁଠାଏ ଧାନ ଉଠାଇବେ ନାହିଁ ବୋଲି ରୋକଠୋକ କହିଛନ୍ତି । ଫଳରେ କଳାହାଣ୍ଡି ଜିଲ୍ଲାରେ ଚାଷୀ ଦୋଛକିରେ ପଡ଼ିଯାଇଛି।ଧର୍ମକୁ ଆଖିଠାର ଭଳି ଗୋଲାମୁଣ୍ଡା ଘୋଟିଆରେ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ମିଲର୍ସ ଆସୁନଥିବାରୁ ଚାଷୀମାନେ ଧାନ ଆଣିନଥିଲେ। ମଣ୍ଡିପୂଜା ପାଇଁ କୌଣସି ଚାଷୀଙ୍କ ବସ୍ତାଏ ଧାନ ଯୋଗାଡ଼ କରିବାକୁ ପଡ଼ିଥିଲା। ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ମିଲର୍ମାନେ କହିଥିଲେ ଯେ, ରବି ଓ ଖରିଫର ବକେୟା ଥିବା ୩୦ ଲକ୍ଷ କୁଇଣ୍ଟାଲ ଧାନର ଚାଉଳ କେବେ ଯିବ | ବକେୟା ଚାଉଳ ନଗଲେ ଧାନ କେଉଁ ଗୋଦାମରେ ରଖିବେ ବୋଲି ମିଲର୍ ସଂଘ ପ୍ରଶ୍ନ କରିଥିଲା । ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା କଳାହାଣ୍ଡିରେ ସ୍ଥିତି ଭିନ୍ନ ରହିଛି। ଏଥର ପ୍ରଚୁର ଧାନ ଉତ୍ପାଦନ ହୋଇଛି । ଧାନକିଣା ଚାଉଳ ସଂଗ୍ରହ ବୈଠକରେ ୭୫ଲକ୍ଷ କୁଇଣ୍ଟାଲ ଆକଳନ କରାଯାଇଛି। ଏହି ଅନୁସାରେ ଚାଷୀ ପଞ୍ଜୀକରଣ ବି ପ୍ରାୟ ୬ ହଜାର ବଢ଼ିଛି । ଅର୍ଥାତ୍ ୧ ଲକ୍ଷ ୨୧ ହଜାର ଚାଷୀ ପଞ୍ଜୀକରଣ କରାଇଛନ୍ତି। ଗତବର୍ଷ ୬୩ ଲକ୍ଷ କୁଇଣ୍ଟାଲ ଧାନକିଣା ହୋଇଥିଲା । ଏଥର ୭୦ ଲକ୍ଷ କୁଇଣ୍ଟାଲକୁ ଟପିବ। ଏହି ପ୍ରଚୁର ଧାନ ଉତ୍ପାଦନ ସମୟରେ ମିଲର୍ସ ଓ ସରକାରଙ୍କ ବିବାଦ ବର୍ତ୍ତମାନ ଚାଷୀଙ୍କୁ ହରଡ଼ଘଣାରେ ପକାଇଦେଇଛି। ଏହି ସମସ୍ୟା ବର୍ଷ ବର୍ଷରୁ ଚାଲିଆସି ବର୍ତ୍ତମାନ ବିସ୍ଫୋରକ ରୂପନେବା ଯାଏଁ ସରକାର କୌଣସି ଠୋସ ପଦକ୍ଷେପ ନନେଇ ସେହି ପରିସ୍ଥିତିରେ ଛାଡ଼ିଦେଇଛନ୍ତି କାହିଁକି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏହାର ଫାଇଦା ନେଇ ଅସାଧୁ ମିଲର୍ କମ ମୂଲ୍ୟରେ ଧାନ କିଣି ନିଜ ଗୋଦାମରେ ରଖୁଥିବା ବେଳେ ଏହି କାରବାରରେ ଦଲାଲ ମାଲାମାଲ ହେଉଛି।ଧାନ ବିକ୍ରି ପାଇଯାଉଛି । କିଛି ଦଲାଲମାନେ ସ୍ଥାନୀୟ ମିଲର୍ସମାନଙ୍କ ପାଇଁ କମ୍ ଦରରେ ଧାନ କିଣି ମହଜୁଦ ରଖୁଥିବା ମଧ୍ୟ ଦେଖିବାକୁ ମିଳୁଛି। ମିଲ୍ମାନଙ୍କର ଷ୍ଟକ୍ ଯାଞ୍ଚ ହେଉ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନ ମିଲର୍ସମାନଙ୍କୁ ବୁଝାଇବାରେ ବିଫଳ ହୋଇଥିବା ବେଳେ ବର୍ଷକୁ ବର୍ଷ ଧାନ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି |ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୨୧ ହଜାର ୧୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୨୨୩ଟି ଧାନମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତ ହୋଇଛି। ଏଫ୍ ସିଆଇ ପକ୍ଷରୁ ଚାଉଳ କିଣା ଆରମ୍ଭ ହୋଇଥିଲେ ମଧ୍ୟ ମିଲର୍ସମାନଙ୍କ ଜିଦ ଯୋଗୁଁ ମଣ୍ଡି ଅନିଶ୍ଚିତତା ଦେଖାଦେଇଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ଠୋସ ପଦକ୍ଷେପ ନ ନେଲେ ଚାଷୀମାନେ ମଣ୍ଡିରେ ବିକି ଅଧିକ ସହାୟକ ମୂଲ୍ୟ ଓ ବୋନସ ପାଇବାରୁ ବଞ୍ଚିତ ହେବେ ବୋଲି ଚାଷୀ ମହଲରେ
ଦାବି ହୋଇଛି।

ଛତିଶଗଡ଼ରେ ଧରପଗଡ଼, ଓଡ଼ିଶାରେ କାର୍ଯ୍ୟାନୁଷ୍ଠାନ ଶୁନ। ଦେଭୋଗ ଓ ଆମଲିପଦରରେ ୭୧୪ ବସ୍ତା ଧାନ ଜବତ….
କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡି ଖୋଲି ହୋଇ ନ ଥିବାରୁ ଛତିଶଗଡ଼କୁ ଧାନ ଚାଲାଣ ହେବାରେ ଲାଗିଛି। ଗତକାଲି ଓଡ଼ିଶା ସୀମାରେ ୭୧୪ ବସ୍ତା ଧାନ ଧରାପଡ଼ିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମିଲର୍ମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଅନୁମୋଦନ ପାଇଁ କୋଲକତା ଯାଇଥିବା ଯୋଗୁଁ କଳାହାଣ୍ଡି ଚାଷୀ ମନ୍ଦିର ଅପେକ୍ଷାରେ ଅଛନ୍ତି।୯୦ ଜଣ ମିଲର୍ସ ଚୁକ୍ତିନାମା କରିଥିବା ବେଳେ ସେମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଅନୁମୋଦନ ପାଇଁ କୋଲକତା ପଠାଯାଇଛି। ଏଥିଯୋଗୁଁ ମଣ୍ଡି ଖୋଲିବାର ୧୦ ଦିନ ପରେ ମଧ୍ୟ ଧାନ କିଣା ଯାଇପାରୁ ନାହିଁ। ମଣ୍ଡି ଆରମ୍ଭ ହେବାର ବିଳମ୍ବ ଯୋଗୁଁ ଚାଷୀମାନେ ଦଲାଲ ହାତକୁ ଧାନ ଟେକି ଦେଉଛନ୍ତି। ଛତିଶଗଡ଼ ସୀମାନ୍ତରେ ଧାନ ଦଲାଲ ଜରିଆରେ ପହଞ୍ଚିବା ପରେ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ଯୋଗେ ବୁହାଯାଉଛି। ଦଲାଲମାନେ କଳାହାଣ୍ଡି ଜିଲ୍ଲାରେ କ୍ୱିଣ୍ଟାଲ ପ୍ରତି ପ୍ରାୟ ୧୭୦୦ ଟଙ୍କାରେ ଧାନ କିଣି ଛତିଶଗଡ଼ରେ ୨୫୦୦ ଟଙ୍କାରେ ମଧ୍ୟସ୍ଥିଙ୍କୁ ବିକୁଛନ୍ତି।ସେମାନେ ମଣ୍ଡିକୁ ଚାଷୀଙ୍କ ଜରିଆରେ ନେଇ କ୍ଵିଣ୍ଟାଲ ପ୍ରତି ୩୧ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଧାନ ଦଲାଲମାନଙ୍କ ଏକ ରାକେଟ ଓଡ଼ିଶାରୁ ଛତିଶଗଡ଼କୁ ଲମ୍ବିଛି। ଦଲାଲମାନେ ଏହି ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆରମ୍ଭ ହୋଇଥିବାମଣ୍ଡିକୁ ଚାଲାଣ କରୁଛନ୍ତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତରଝାକରପଡ଼ା ରାସ୍ତା, ଡୁମେରଗୁଡ଼ା ପଞ୍ଚାୟତରକୋଟମେର- କିର୍କାକାନି ରାସ୍ତା, ପର୍ଲା ପଞ୍ଚାୟତର ସେମଲା ଓ ଗୋଲାମୁଣ୍ଡା ବ୍ଲକର ତୁମରା ରାସ୍ତା ଦେଇ କଳାହାଣ୍ଡି ଧାନ ଦଲାଲ ଜରିଆରେ ଛତିଶଗଡ଼ ଯାଉଛି। କଳାହାଣ୍ଡି ଜିଲ୍ଲାର ତୁମରା, ପର୍ଲା, ପାଇକପଡ଼ା,ସନ୍ଧିକୁଲିହାରୀ, ହଳଦୀ ପ୍ରମୁଖ ଆରଏମସି ଚେକ୍ଗୁଡ଼ିକୁ ଉଠାଇ ଦିଆଯାଇଥିବା ଯୋଗୁଁ ଦଲାଲମାନେ ଅନାୟାସରେ ଛତିଶଗଡ଼ ଚାଲାଣ କରୁଛନ୍ତି। ସନ୍ଧିକୁଲିହାରୀ ଖୁଟଗାଁରେ ଧାନ ମହଜୁଦ ରଖି ଦେଭୋଗ ମଣ୍ଡିରେ ବିକ୍ରି ନିମନ୍ତେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି ସନ୍ଧିକୁଲିହାରୀ ଓ ଖୁଟଗାଁରେ ଧାନ ମହଜୁଦ ରଖି ଦେଭୋଗ ମଣ୍ଡିରେ ବିକ୍ରି ନିମନ୍ତେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମଣ୍ଡି ଖୋଲିବା ପୂର୍ବରୁ ଦୈନିକ ଶହଶହ ଟ୍ରିପ୍ ଧାନ ଛତିଶଗଡ଼ ଚାଲାଣ ହୋଇସାରିଛି। ଗୋଟିଏ ପଟେ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଆରମ୍ଭ ହୋଇ ନ ଥିବା ବେଳେ ଛତିଶଗଡ଼ମୁହାଁ ଧାନ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ରବିବାର ଛତିଶଗଡ଼ ରାଜ୍ୟର ଦେଭୋଗ ଥାନା ପୁଲିସ ପକ୍ଷରୁ ଓଡ଼ିଶା ସୀମାରେ ଧରପଗଡ଼ କରି ୪୦୦ବସ୍ତା ଧାନ ଜବତ କରିଛି। ସେହିଭଳି ଆମଲିପଡ଼ା ପୁଲିସ ପକ୍ଷରୁ ୩୧୪ ବସ୍ତା ଧାନ ଜବତ କରିଛି। ଓଡ଼ିଶାର ଚେକ୍ଗୁଡ଼ିକ ମେଲା ଥିବା ଯୋଗୁଁ ଅନାୟସରେ ଛତିଶଗଡ଼ ଯାଉଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁଁ ଚାଷୀ କମ୍ ଦରରେ ଧାନ ବିକ୍ରି କରୁଥିବା ବେଳେ ଛତିଶଗଡ଼ ଦଲାଲମାନେ ସେମାନଙ୍କ ମଣ୍ଡିରେ ଧାନ ବିକି ସହାୟକ ମୂଲ୍ୟ ଓ ବୋନସ ପାଉଥିବା ବେଳେ କଳାହାଣ୍ଡି ଚାଷୀଜଳକା ରହିବା ସାଧାରଣରେ କ୍ଷୋଭ ପ୍ରକାଶପାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
