July 5, 2025
Home » ଧାନ ଫସଲ କ୍ଷୟ କ୍ଷତି ର ବୀମା ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ଚାଷୀ ସଂଗଠନ ର ଦାବୀ ପତ୍ର ପ୍ରଦାନ

ଧାନ ଫସଲ କ୍ଷୟ କ୍ଷତି ର ବୀମା ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ଚାଷୀ ସଂଗଠନ ର ଦାବୀ ପତ୍ର ପ୍ରଦାନ

0
WhatsApp Image 2025-06-06 at 3.41.54 PM

ରାମ ପୁର ଠାରେ ବିକ୍ଷୋଭ ଓ ରାସ୍ତା ରୋକ୍ କଲେ କ୍ଷତିଗ୍ରସ୍ଥ ଚାଷୀ l ସୁବର୍ଣ୍ଣପୁର— ଅଦିନିଆ ବର୍ଷା ରେ ଧାନ ଫସଲ ନଷ୍ଟ ହୋଇ ଥିବାରୁ ଏହାର କ୍ଷତି ପୂରଣ ଓ ଇନ୍ସୁରେନ୍ସ କମ୍ପାନୀ ର ମନମାନି ବିରୁଦ୍ଧରେ ଆଜି ଚାଷୀ ସଂଗଠନ ର ସଭାପତି ଉମେଶ ପୁଝାରୀ ଙ୍କ ନେତୃତ୍ଵ ରେ ରାମପୁର ଠାରେ ଅଞ୍ଚଳ ର ଶତାଧିକ ଚାଷୀ ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏ ରାସ୍ତା ଅବରୋଧ ପାଇଁ ସୁବର୍ଣ୍ଣପୁର ଏସପି, ରାମପୁର ଆଇ ଆଇ ସି ଓ ସ୍ଥାନୀୟ ତହସିଲଦାର ଙ୍କୁ ପୂର୍ବରୁ ଲିଖିତ ଆକାର ରେ ଚାଷୀ ସଂଗଠନ ପକ୍ଷରୁ ଜଣାଇଦିଆଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ପ୍ରାଥମିକ ସେବା ସମବାୟ ସମିତି ର ବିଭିନ୍ନ ଚାଷୀ ସଂଗଠନ ର ଶତାଧିକ ଚାଷୀ ଆଜି ଏ ଆନ୍ଦୋଳନରେ ସାମିଲ ହୋଇ ତହସିଲଦାର ଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଧାନ ଫସଲ କ୍ଷୟ କ୍ଷତି ର ଆକଳନ ସହ ଏହାର ଉଚିତ ପ୍ରାପ୍ୟ ପାଇଁ ସରକାର ଙ୍କୁ ରିପୋର୍ଟ୍ ପ୍ରଦାନ, ବୀମା ଓ ଇନପୁଟ ସବସିଡି ପ୍ରଦାନ, ଓ ଟୋକନ ଅବଧି କୁ ସାତ ଦିନ ବୃଦ୍ଧି କରିବା ଦାବୀ ନେଇ ଏହି ଚାଷୀ ମାନେ ରାମପୁର ଠାରେ ଆଜି ରାସ୍ତା ରୋକ୍ ସହ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ସୁବର୍ଣ୍ଣପୁର ସି ଡି ଏ ଓ, ଏ ଡି ଏ ଓ, ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳ କୁ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରି ଆସନ୍ତା ୮ ତାରିଖ ଦିନ ଏ ବିଷୟ ରେ ଆଲୋଚନା କରି ସମସ୍ୟାର ସମାଧାନ କରିବୁ ବୋଲି ଲିଖିତ ପ୍ରତିଶୁତି ଦେବା ପରେ ଆନ୍ଦୋଳନ କାରୀ ଧାରଣା ରୁ ଉଠି ଥିଲେ l ପରେ ଅପରାହ୍ନ ରେ ରାସ୍ତା ରେ ଯାନ ବାହନ ସ୍ଵାଭାବିକ ଭାବରେ ଚଳ ପ୍ରଚଳ କରିଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *