ନକଲି ଦେୱାର ହଟାଅ ସାଂଗଠନିକ ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର — ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ ଗାନ୍ଧୀନଗର ବିଦ୍ୟାଳୟ ଠାରେ ସଂଗଠନର ଜିଲ୍ଲା ଉପ ସଭାପତି ଦଶରଥ ବେହେରା ଙ୍କ ଅଧ୍ୟକ୍ଷତାରେ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୁବ ସମାଜସେବୀ ତଥା ଗାନ୍ଧୀ ନଗର ଗ୍ରାମ୍ୟ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦିଆ ସ୍ଵାଗତ ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ । କେ ଡି କେ ହଟାଅ ଆନ୍ଦୋଳନର ଜିଲ୍ଲା ଆବାହକ ଜୟରାମ ହରିପାଲ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା କାର୍ଯ୍ଯ ପରିଚାଳନା କରିଥିଲେ । ସଂଗଠନ ର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ହଟାଇବା ଉପରେ ମାର୍ଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ର ନକଲି ଦେୱାର ମାନେ ଏସ ସି ତାଲିକା ରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବେ ସାମିଲ ସହିତ ଅନୁପ୍ରବେଶ କରି ହଡ଼ପ କରୁଥିବା ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରିଥିଲେ । ସଂଗଠନ ର ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ ହରିବନ୍ଧୁ ଜଗଦଲା ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥା ସହିତ ରାଜରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷଣ ର ସୁରକ୍ଷା ଉପରେ ଲଢେ଼ଇ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ସଂଗଠନର ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ସଭାପତି ରୋହିତ କହଁର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଏସ ସି ତାଲିକାରୁ ସଂପୂର୍ଣ୍ଣ ହଟାଇବା ସକାଶେ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ । ସଂଗଠନ ର ଜିଲ୍ଲା ସହକାରୀ ସାଧାରଣ ସମ୍ପାଦକ ତଥା ମଥୁରା ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କହଁର , ଯୁଗ୍ମ ସମ୍ପାଦକ ମାର୍କଣ୍ଡ କଲତା , ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଚିତ୍ର କହଁର , ରଞ୍ଜନ ରଣବିଡା ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବାବାସାହେବ ଙ୍କ ସାମ୍ବିଧାନିକ ଅଧିକାର ଏବଂ କେ ଡି କେ ମାନଙ୍କ ଏସ ସି ତାଲିକା ରେ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାନଗର ପଞ୍ଚାୟତ କମିଟି ସଭାପତି ଚିତ୍ରସେନ ବେହେରା , ସମ୍ପାଦକ ମେଘୁ ମହାନନ୍ଦିଆ , କୋଷାଧ୍ୟକ୍ଷ କୃପାସିନ୍ଧୁ ବଘାର , ବ୍ଲକ ସଂଯୋଜକ ଉଗ୍ରସେନ ହାତୀ , ମଥୁରା ପଞ୍ଚାୟତ କମିଟି ସଭାପତି ବିଦେଶୀ ମହାନନ୍ଦିଆ , ସମ୍ପାଦକ ରାଜେନ୍ଦ୍ର ବେହେରା , ସମ୍ପୋଚ ପଞ୍ଚାୟତ କମିଟି ସଭାପତି ରୋହିତ କୁମ୍ଭାର , ବଘିଆପଡ଼ା ପଞ୍ଚାୟତ କମିଟି ସଭାପତି ଉତ୍ତମ ବେହେରା , ସଙ୍କୁଲୋଇ ପଞ୍ଚାୟତ କମିଟି ସମ୍ପାଦକ ମାଧବ କହଁର , ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ କହଁର , ଅକ୍ଷୟ ଉର୍ମା , ଜୟଦେବ ହାତୀ , ସୁରେନ୍ଦ୍ର କହଁର , ନାରାୟଣ ବେହେରା , ଅର୍ଜୁନ ବେହେରା , କୃପାସିନ୍ଧୁ ବେହେରା , ଗଣେଷ ନାଏକ , ସନ୍ତୋଷ ହାତୀ , ମହାଦେବ ମହାନନ୍ଦିଆ , ସରୋଜ ଦେହୁରୀ , ଜ୍ୟୋତି ରଞ୍ଜନ ମହାନନ୍ଦିଆ , ହୃଷୀକେଶ ନାଏକ , ଶ୍ରୀରାମ ବେହେରା , ବନାଇଁ କହଁର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଗଠନର ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ମଥୁରା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଡାକ୍ତର ବେହେରା ଧନ୍ୟବାଦ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
