ନକଲି ପ୍ରମାଣ ପତ୍ର ଘଟଣା : ବୌଦ୍ଧ ଗସ୍ତ କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ବିରୋଧ କରିବ ଜିଲ୍ଲା ପାଣ – ଗଣ୍ଡା ସମାଜ
ସୁବର୍ଣ୍ଣପୁର: ଚଳିତ ଜାନୁଆରୀ ୦୪ ତାରିଖ ରେ ଓଡ଼ିଶାର ନକଲି ଦେୱାର ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ଃ. ମୁକେଶ ମହାଲିଙ୍ଗ ଙ୍କ ବୌଦ୍ଧ ଗସ୍ତ କୁ ବିରୋଧ କରିବ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ । ସଂଗଠନର ବରିଷ୍ଠ ଜିଲ୍ଲା ଉପ ସଭାପତି ଦଶରଥ ବେହେରା ଙ୍କ ଅଧ୍ୟକ୍ଷତା ରେ ବୌଦ୍ଧ ବ୍ଲକ ର ପଦ୍ମନପୁର ଏବଂ ବଘିଆପଡା ଠାରେ ଅନୁଷ୍ଠିତ ଗୁରୁତ୍ୱପୂ୍ଣ୍ଣ ନକଲି ଦେୱାର ହଟାଅ ସାଂଗଠନିକ ବୈଠକରେ ଜିଲ୍ଳା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସାମ୍ବିଧାନିକ ଅଧିକାର ତଥା ବିଶେଷ କରି ନିଜର ” ହକ୍ ପାଇଁ ଲଢେ଼ଇ ” ଜାରି ରଖିବା ସକାଶେ ମାର୍ଗଦର୍ଶନ ଦେଇଥିଲେ । ଡବଲ ଇଞ୍ଜିନ ସରକାର ଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଜାଲିଆତି ତଥା ଚଞ୍ଚକତା କରି ଦେୱାର (ଏସ ସି) ଜାତି ପ୍ରମାଣ ପତ୍ର ଦେଇ ଶିକ୍ଷା ଲାଭ କରିବା ସହିତ ଚାକିରୀ କରିଥିବା ବେଳେ ୨୦୦୨ ମସିହା ପରେ କେଉଟ (ଏସ ସି) ପ୍ରମାଣ ପତ୍ର ଦେଇ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସଂରକ୍ଷିତ ବିଧାନସଭା ଆସନ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଜଣେ ବ୍ୟକ୍ତି ଜାଲିଆତି ତଥା ଚଞ୍ଚକତା କରି ଦୁଇଟି ଜାତି ର ଏସ ସି ପ୍ରମାଣ ପତ୍ର ହାତେଇଥିବା ଯୋଗୁଁ ଓଡ଼ିଶାର ନକଲି ଦେୱାର ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ ଙ୍କୁ ଗିରଫ କରିବାକୁ ବରଗଡ଼ ଜିଲ୍ଲା ପଦମପୁର ଏସଡିଜେଏମ ଙ୍କ ପତ୍ର ସଂଖ୍ୟା – ୨୧୬ / ୨୦୨୫ ରେ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ଜାଲିଆତି ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗିରଫ କରି ନ ଥିବା ପ୍ରତିବାଦ ରେ ଆସନ୍ତା ୦୪ ତାରିଖ ବୌଦ୍ଧ ଗସ୍ତ କାର୍ଯ୍ୟକ୍ରମ କୁ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ସଂପୂର୍ଣ୍ଣ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦକ ମାର୍କଣ୍ଡ କଲତା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମହାଦେବ କଲତା , ରଞ୍ଜନ ରଣବିଡ଼ା, ରମେଶ ମହାନନ୍ଦିଆ , ନନ୍ଦିନୀ ନାଏକ , ପ୍ରଜାପତି ଭବସାଗର , ବିଶ୍ୱଜିତ ହରିପାଲ , ଜୟରାମ ହରିପାଲ , ପଦ୍ମନପୁର ପଞ୍ଚାୟତ କମିଟି ସଭାପତି ରମେଶ ମହାନନ୍ଦିଆ , ଉପ ସଭାପତି ସନ୍ତୋଷ କଲତା , ସମ୍ପାଦକ ରାଜେଶ୍ୱର କଲତା, ସହକାରୀ ସଂପାଦକ ସନାତନ ମହାନନ୍ଦିଆ , ସଂଗଠନ ସମ୍ପାଦକ ଅଚ୍ୟୁତ ମହାନନ୍ଦିଆ , କୋଷାଧ୍ୟକ୍ଷ କପିଳେନ୍ଦ୍ର ଭବସାଗର , ବ୍ଲକ ସଂଯୋଜକ ହୃଦାନନ୍ଦ କୁମ୍ଭାର , ବଘିଆପଡ଼ା ପଞ୍ଚାୟତ କମିଟି ସଭାପତି ଉତ୍ତମ ବେହେରା , ଉପ ସଭାପତି ନନ୍ଦି କିଶୋର କହଁର , ସମ୍ପାଦକ ସୁବାଷ ଦୀପ , କୋଷାଧ୍ୟକ୍ଷ ପୁରନ୍ଦର ବେହେରା , ବ୍ଲକ ସଂଯୋଜକ ଶ୍ରୀରାମ ବେହେରା , ବରିଷ୍ଠ ସମାଜସେବୀ ଦୁର୍ଯ୍ୟୋଧନ ବେହେରା , ମାଗୁଣୀ କହଁର , ପିତାମ୍ବର ଭୋଇ , ଜିତେନ୍ଦ୍ର ବେହେରା , ସଚ୍ଚିଦାନନ୍ଦ କଲତା, ଭୂବନ ଭବସାଗର , ଧନମାଳୀ ମହାନନ୍ଦିଆ , ବିଜୟ କହଁର , ରତ୍ନାକର ମହାନନ୍ଦିଆ , ରଞ୍ଜିତ ଦୀପ , ବୃନ୍ଦାବନ ଭୋଇ , ରଞ୍ଜିତ ମହାନନ୍ଦିଆ , ସୁଶାନ୍ତ ସୁନା , ମାନସ କହଁର , ଅର୍ଜ୍ଜୁନ ଦୀପ , ଦୁର୍ଯ୍ୟୋଧନ ମୁନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
