ନବନିଯୁକ୍ତ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଆପଲସ୍ବାମୀ କାଡ୍ରାକାଙ୍କୁ ଭବ୍ୟସମ୍ଭର୍ଦ୍ଧନ ସଭା ଅନୁଷ୍ଠିତ
ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ତା ୧୪.୧୦.୨୦୨୫ ରିଖ ମଙ୍ଗଳବାର ଦିନ ଦିବା ଘ. ୧୨.୩୦ ଣ୍ଟା ସମୟରେ ରାୟଗଡ଼ା ବିଧାୟକ ତଥା ନବନିଯୁକ୍ତ ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଆପଲସ୍ବାମୀ କାଡ୍ରାକାଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଏକ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ମଧ୍ୟରେ କାର୍ଯ୍ୟସଭା ଆୟୋଜିତ ହୋଇଯାଇଛି।ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା, ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ପ୍ରଦେଶ ମହିଳା କଂଗ୍ରେସ କମିଟି ଉପଦେଷ୍ଟା ଶ୍ରୀମତୀ ରତ୍ନମଣି ଉଲାକା ଏବଂ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ସମୟରେ ଜିଲ୍ଲା ସଭାପତିଙ୍କ ଦ୍ଵାରା କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ୟୁଟ୍ୟୁବ୍ ଚ୍ୟାନେଲରେ କ୍ୟୁଆର କୋଡ଼ ଜରିଆରେ ଉପସ୍ଥିତ ସମସ୍ତ ସଭ୍ୟ କର୍ମୀ ଯୋଗ ଦେଇଥିଲେ। ନବ ମନୋନୀତ ଜିଲ୍ଲା ସଭାପତିମାନଙ୍କୁ ଉପସ୍ଥିତ ଅତିଥିଗଣ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସଚ୍ଚୋଟତାର ସହିତ ଦଳର କାର୍ଯ୍ୟ ପରିଚାଳନା କରିବାର କ୍ଷମତା ଉପରେ ଦଳ ବହୁତ ଆଶା ରଖିଛି। ସେ କହିଛନ୍ତି ଯେ ପୂର୍ବ ଜିଲ୍ଲା ସଭାପତିମାନେ ନିଜ ହୃଦୟ ଏବଂ ମନରେ ଦଳର ନୀତି ସହିତ ଦଳକୁ ସେବା କରିଛନ୍ତି, ଏବଂ ବର୍ତ୍ତମାନ ନୂତନ ଜିଲ୍ଲା ସଭାପତିମାନଙ୍କ ଦାୟିତ୍ୱ ହେଉଛି ରାୟଗଡ଼ା ଜିଲ୍ଲା ଭିତରେ ଥିବା ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କୋଣରେ ଦଳର ଆଧାରକୁ ଆହୁରି ମଜବୁତ କରିବା।

ଏହି ଅବସରରେ ଆଜି ଜୟନ୍ତୀ ମହାରଣାଙ୍କ ତତ୍ତ୍ଵାବଧାନରେ ୩୫ ଜଣ ବିଜେଡିର ମହିଳା ସଭ୍ୟ କଂଗ୍ରେସରେ ଯୋଗଦାନ ଦେଇଥିଲେ।ଆଜିର ଉକ୍ତ ସଭାରେ ଜିଲ୍ଲାର ପ୍ରାଦେଶିକ ପଦାଧିକାରୀ, ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ସାମୁଖ୍ୟ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନେତୃମଣ୍ଡଳୀ, ପି.ସି.ସି. ସଦସ୍ୟ, ବ୍ଲକ୍/ ନଗର କଂଗ୍ରେସ କମିଟିର ସଭାପତି ସାଂସଦ ଓ ବିଧାୟକ ପ୍ରତିନିଧି ବୃନ୍ଦ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସମ୍ବର୍ଦ୍ଧନା ସଭାରେ ଅଂଶଗ୍ରହଣ କରି ସାଂଗଠନିକ ବିଷ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।ଆଜିର ଏହି ସମ୍ଭର୍ଦ୍ଧନ କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ଆବାହକ ଶ୍ରୀ ସଙ୍କର୍ଷଣ ମଙ୍ଗରାଜ ପରିଚାଳନା କରିଥିଲେ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
