July 1, 2025
Home » ନବରଙ୍ଗପୁରରେ ଶିଶୁ ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁରରେ ଶିଶୁ ଦିବସ ମହାସମାରୋହରେ ପାଳିତ

0
WhatsApp Image 2024-11-14 at 5.03.13 PM

ନବରଙ୍ଗପୁର ସହର ରେ ସ୍ଥିତ ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମଧ୍ୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁରର ମାନ୍ୟବର ବିଧାୟକ ଗୌରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁନ୍ନା ତ୍ରିପାଠୀ, କାଦମ୍ବିନୀ ତ୍ରିପାଠୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, କିଶୋରୀ ପଟ୍ଟନାୟକ, ଅନୁଷ୍ଠାନର ଅଧ୍ୟକ୍ଷା ସ୍ପର୍ଶ ଲତା ପଟ୍ଟନାୟକ, ନବ କିଶୋର ଖଣ୍ଡପାନ,ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ , ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ବିଭିନ୍ନ ସୁମଧୁର ସଙ୍ଗୀତର ତାଳେ ତାଳେ ନୃତ୍ୟ କରିଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *