July 27, 2025
Home » ନବରଙ୍ଗପୁରର ପୁଷ୍ ପୁନେଇ ପରବ ୨୦୨୫ ମହା ସମାରୋହ ସହ ଉଦଯାପିତ

ନବରଙ୍ଗପୁରର ପୁଷ୍ ପୁନେଇ ପରବ ୨୦୨୫ ମହା ସମାରୋହ ସହ ଉଦଯାପିତ

0
WhatsApp Image 2025-01-17 at 3.13.18 PM

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ପୁଷ୍ ପୁନି ପରବ ୨୦୨୫ ମହା ସମାରୋହରେ ଉଦଯାପନୀ ହୋଇଯାଇଛି । ପ୍ରାଚୀନ ଇତିହାସରେ ପୁଷ ପୁନେଇ ପରବରେ ସମଗ୍ର ଉତ୍କଳରେ ଖ୍ୟାତି ଅର୍ଜନ କରିଥିଲା । ପ୍ରକାଶଥାଉକି, ଏହି ପ୍ରାଚୀନ ଅଞ୍ଚଳ କନ୍ଧ, ପରଜା, ସଉରା, ଭତରା ପ୍ରଭୃତି ଜନଜାତିକୁ ନେଇ ପୁଷ ପୁନେଇ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସାଧାରଣ ବର୍ଗଙ୍କ ସାମାଜିକ ଜୀବନରେ ଏହାର ପ୍ରଭାବ ଓ ପରମ୍ପରା ଜାଗୃତି ହୋଇଥିଲା । ପୂର୍ବ ପୁରୁଷ ଠାରୁ ଏହି ପୁଷ ପୁନି ପରବ ତଥା ଭେଟଘାଟ ପାଳନ ହୋଇ ଆସୁଅଛି । ଗାଁ ଦାଣ୍ଡରେ ନିଜ ଆଦିବାସୀ ପରମ୍ପରା ଏବଂ ନୀତି ରେ ପାଳନ କରାଯାଇଥାଏ ପୁଷ ପୁନି ଭେଟଘାଟ । କିନ୍ତୁ, ଆଜି ଗାଁ ରୁ ସହରରେ ମଧ୍ୟ ପୁଷ୍ ପୁନି ଭେଟଘାଟ ପାଳନ କରାଯାଉଛି । ରାଜ୍ୟରେ ବର୍ଷ ତମାମ ଅନେକ ପର୍ବ ପାଳନ କରାଯାଇଥାଏ ତନ୍ମଧ୍ୟରୁ ପୌଷ ପୁର୍ଣିମା ତଥା ପୁଷ୍ ପୁନେଇ ଅନ୍ୟତମ । କୃଷି ଭିତ୍ତିକ ଏହି ପର୍ବ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଏକ ମହାନ ପର୍ବ ।

ଧାନ ଅମଳ ପରେ ଏହି ପର୍ବ ପାଳନ କରାଯାଇଥାଏ । ବର୍ଷ ଯାକର କଷ୍ଟ ଉପାର୍ଜିତ ଧାନ ଘରକୁ ଆଣିବା ଖୁସିରେ ଚାଷୀ ଏହି ପୁଷ୍ ପୁନି ପାଳନ କରିଥାଏ । ଗ୍ରାମାଞ୍ଚଳରେ ପୁଅଝିଅମାନେ ଘର ଘର ବୁଲି ଛେର ଛେରା ମାଗିଥାନ୍ତି, ମିଳିଥିବା ସେହି ଟଙ୍କା ଓ ଚାଉଳକୁ ନେଇ ଗାଁ ଦାଣ୍ଡରେ ଭୋଜିଭାତର ଆୟୋଜନ କରି ଆସର ଜମାଇଥାନ୍ତି । ଚଳିତବର୍ଷ “ପୁଷ୍ ପୁନେଇ-୨୦୨୫” ନବରଙ୍ଗପୁର ଠାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ସହ ଆଦିବାସୀ ଭାଷା ଭିତ୍ତିକ ପୁଷ ପୁନି ସମ୍ବନ୍ଧୀୟ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଵର୍ଣଲତା ପଟନାୟକ ଏବଂ ମନୋରମା ମାଝି ସଂଯୋଜନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀକତା ଲାଭ କରିଥିବା କୃତୀ ବ୍ୟକ୍ତିତ୍ଵମାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା ।

ପୁଷ୍ ପୁନି କମିଟିର ଆବାହକ ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଜୟପୁର ତାରା ପ୍ରସାଦ ବାହିନୀପତି,ମାନ୍ୟବର ବିଧାୟକ ଡାବୁଗାଁ ମନହୋର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝି, ମାନନୀୟ ପୌରାଧ୍ୟକ୍ଷ କୁନୁ ନାୟକ, ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ଵର ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ,କାଦମ୍ବିନୀ ତ୍ରିପାଠୀ, ଗୁପ୍ତ ନାରାୟଣ ଷଡଙ୍ଗୀ, ଅର୍ଜୁନ ଭତରା,ଦେବଦାସ ମହାଙ୍କୁଡ, ଡଃ ବିଜୟ ମିଶ୍ର, ମନୋରମା ମାଝୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ରତନ ମାଝୀ, ପୌରାଞ୍ଚଳ କାଉନସିଲର, ବୁଦ୍ଧିଜୀବୀ,ବିଭିନ୍ନ ସମାଜର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିର କଳା ପ୍ରଦର୍ଶନରେ ଜନସାଧାରଣ ଭରପୁର ଆନନ୍ଦ ନେଇଥିଲେ । ଇଞ୍ଜିନିୟର ଚନ୍ଦନା ମଲ୍ଲିକ ଏବଂ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *