ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୦ ତାରିଖରୁ ଆରମ୍ଭ ..

ନବରଙ୍ଗପୁର ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହେବ। ଜିଲ୍ଲାରେ ସର୍ବମୋଟ ୬୦ ଗୋଟି ଧାନମଣ୍ଡୀ ଗ୍ଦ୍ଵାରା ଧାନ ସଂଗ୍ରହ କରାଯିବ। ଧାନମଣ୍ଡୀ ଓ ଧାନ କିଣା କାରବାରରେ ବ୍ୟାପକ ସୂଛତାର ସହିତ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲାର ଧାନମଣ୍ଡୀ କୃଷକ ପ୍ରତିନିଧିମାନଙ୍କର ଧାନ ସଂଗ୍ରହ ଅଭିଯାନ କର୍ମଶାଳା ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ସୋନା ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲା ରେ ୬୦ ଟି ଧାନମଣ୍ଡୀ ଦ୍ଵାରା ଧାନ କିଣା କାରବାର ରେ ସୂଛତା ର ସହିତ ହେବା ସହିତ କଟନି ଛଟନି ବଂଦ କରିବା ଓ ମିଲର ମାନଙ୍କ ର ଦାଦାଗିରି କୁ ଦୃଢତାର ସହିତ ବଂଦ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।
କଳାହାଣ୍ଡି ଜିଲ୍ଲା ର ସମସ୍ତ ଧାନମଣ୍ଡୀ ରେ କୃଷକ ମୋର୍ଚ୍ଚା ର କାର୍ଯ୍ୟକତା ମାନେ ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଜଗଦିଶ୍ ବିଶୋଇ ,ନବରଙ୍ଗପୁର ବିଧାୟକ ଶ୍ରୀ ଗୈରୀଶକଂର ମାଝୀ, ବିଜେପି କୃଷକ ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଜଗଦିଶ୍ କଲାର, ଜୟନ୍ତ କୁମାର ପାତ୍ର, ରାମାକାନ୍ତ ବିଶେଇ, କୃଷ୍ନ ଭଦ୍ରା, ସୋମନାଥ ପୂଜାରୀ, ଜି. କିରଣ କୁମାର, ଗୋବିନ୍ଦ ମାଝୀ, ଲୋମ୍ବୋଦର ଦତ୍ତ, ରତନ କଳାର, ଗୋବିନ୍ଦ ମାଝୀ, ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ଲକ୍ଷ୍ମୀ ଜାନି, କାଞ୍ଚନ ହରିଜନ, ସୁମିତ୍ରା ମାଝୀ, ବାସନ୍ତୀ ମାଝି, ଦଶମୂ କଳାର, ରାଜେନ୍ଦ୍ର କୁମାର ବିଶେଇ ପ୍ରମୁଖ ଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ଚାଷୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ