February 22, 2026
Home » ନବରଙ୍ଗପୁର ଜିଲ୍ଲା ନାଗରିକ କମିଟି ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ନାଗରିକ କମିଟି ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

0
WhatsApp Image 2026-01-27 at 5.16.19 PM

ନବରଙ୍ଗପୁର ସ୍ଥାନୀୟ ତୃପ୍ତି ଲଜ୍ ପରିସର ରେ ନବରଙ୍ଗପୁର ଜିଲ୍ଲା ନାଗରିକ କମିଟି ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗା ପତାକା ତଳେ ସମସ୍ତେ ସମ୍ମିଳିତ ହୋଇ ଦେଶକୁ ଶାନ୍ତି, ମୈତ୍ରୀ ଓ ପ୍ରଗତି ପଥରେ ଆଗେଇ ନେଇ ଏକ ସମୃଦ୍ଧ ଗଣତନ୍ତ୍ର ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ପାଦକ ରାମ ପ୍ରସାଦ ପାତ୍ର ଜିଲ୍ଲାର ବିକାଶ ପାଇଁ କମିଟି ତରଫରୁ ବିଭିନ୍ନ ସମୟରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ। ତପନ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ନାରାୟଣ ପଣ୍ଡା, ବିଜୟ ଚୌଧୁରୀ, ଡଃ ବିଜୟ କୁମାର ମିଶ୍ର, ନିରଂଜନ ମିଶ୍ର, ଗଣେଶ ଦାଶ, ସତ୍ୟବାଦୀ ଷଡ଼ଙ୍ଗୀ, ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପାଢ଼ୀ, ପ୍ରଭାସିନୀ ମହାନ୍ତି, ଝରଣା ପଟ୍ଟନାୟକ, ଆଇନଜୀବୀ ପ୍ରଫୁଲ୍ଲ ସିଂ ଓ ଉମାକାନ୍ତ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସହକାରୀ ଆବାହକ ପ୍ରଦୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ସଦସ୍ୟ ବରୁଣ ନାୟକ, ସୁବ୍ରତ ବେହେରା, ଜଗନ୍ନାଥ ବାଘେ, ଶରତ ଦାଶ, ଗୋବିନ୍ଦ ହଡ଼ପ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *