February 10, 2026
Home » ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼

0
WhatsApp Image 2025-04-07 at 2.56.00 PM (1)

ନବରଙ୍ଗପୁର ସହର ସ୍ଥିତ ସଦାଶିବ ତ୍ରୀପାଠୀ ପାର୍କ ନିକଟରୁ ତା ୫.୪.୨୦୨୫ ରିଖ ସକାଳ ୬.୦୦ ଘ ସମୟରେ ଏକ ଗଣ ଦୌଡ଼ ର ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦର ୱାନ,ପୌରପାଲିକା ଅଧ୍ୟକ୍ଷ କୁନୁ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଆର୍ ସି ଡି, ଏକ୍ସ୍ ବୋର୍ଡ, ମ୍ୟୁନିସିପାଲଟି ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ମଧ୍ୟରେ ଐତିହ ଓ ସଂସ୍କୃତି ପ୍ରତି ଗର୍ବ ସୃଷ୍ଟି କରିବା,ସାଂସ୍କୃତିକ ବିବିଧତାକୁ ପାଳନ କରିବା,ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ର ଆୟୋଜନ କରାଯାଇଥିଲା।ଏହି ଗଣ ଦୌଡ଼ ପୋଲିସ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *