ନବରଙ୍ଗପୁର ଠାରେ ଜନ୍ମଗତ ବକ୍ରପାଦ ଅସ୍ତ୍ରୋପଚାର ଆକଳନ ଶିବିର

ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅବସ୍ଥିତ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଠାରେ ଜିଲ୍ଲାର ସମସ୍ତ ଜନ୍ମଗତ ବକ୍ରପାଦକୁ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବା ପାଇଁ ଏକ ନିରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ପରିଦର୍ଶନ କରି ବକ୍ରପାଦଧାରୀ ଶିଶୁମାନଙ୍କ ଆବଶ୍ୟକ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ।ଉକ୍ତ ଶିବିରରେ ଜିଲ୍ଲାର ମୋଟ ୭୦ ଜଣ ବକ୍ରପାଦ ଧାରୀ ଶିଶୁଙ୍କର ଚିକିତ୍ସା ଯୋଗ୍ୟ ପରୀକ୍ଷା କରାଯାଇଥିଲା ତନ୍ମଧ୍ୟରୁ ୬୦ ଜଣ ଶିଶୁ ଙ୍କୁ ଚିହ୍ନଟ କରାଯାଇ ଥିଲା। ଆଗାମୀ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରେ ଏହି ଶିଶୁ ମାନଙ୍କ ର ଅସ୍ତ୍ରୋପଚାର ଦିନ ଧାର୍ଯ୍ୟ କରାଯାଇ ତାଙ୍କର ଅଭିଭାବକ ମାନଙ୍କୁ ଜଣାଇ ଦିଆଯାଇଥିଲା।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ଡି ଡି ଆର୍ ଓ କନ୍ଧମାଳ ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ଶିଶୁମାନଙ୍କ ବକ୍ରପାଦ ଚିକିତ୍ସା ନିମନ୍ତେ ପରୀକ୍ଷାର ଆବଶ୍ୟକ ପଦକ୍ଷେପ ନେଇଥିଲେ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ