February 5, 2026
Home » ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ପ୍ରଥମ ପି ଏମ ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ପ୍ରଥମ ପି ଏମ ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ

0
WhatsApp Image 2026-01-22 at 7.38.29 AM (1)

 

ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରଥମ ପି ଏମ ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁଙ୍କ ସଭାପତିତ୍ବରେ ଏହି ଉଦଯାପନୀ ସମାରୋହ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ବରେଣ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ସୁପ୍ରିୟା ନାୟକ, ଶ୍ରୀକାନ୍ତ ଜାନି, ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାଶ, ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, କୋଷଗୁମୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚିତରଞ୍ଜନ ପଟ୍ଟନାୟକ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ନିଜ ଅଭିଭାଷଣ ରେ ବିକଶିତ ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ ଏବଂ ଦେଶ ବିକାଶରେ ସମସ୍ତ ଛାତ୍ରଛାତ୍ରୀ ଚେଷ୍ଟିତ ରହିବା ପାଇଁ ପରାମର୍ଶ ଦେଇଥିଲେ ।

 

ବରେଣ୍ୟ ଅତିଥି ବିଧାୟକ ନବରଙ୍ଗପୁର ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଏବଂ ସେମାନେ ଶିକ୍ଷା ସହିତ ନିଜ ଜୀବନରେ ଶିଷ୍ଟାଚାର,ଦେଶ ପ୍ରେମ ଓ ସମାଜ ପ୍ରତି ଦାୟିତ୍ୱ ବୋଧକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠପଢି ନବରଙ୍ଗପୁର ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଜିଲ୍ଲା ଉନ୍ନୟନ ଅଧିକାରୀ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସକରାତ୍ମକ ଏବଂ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଦିଗରେ ଚେଷ୍ଟିତ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଆଜିର ଉଦଯାପନୀ ସମାରୋହରେ ସାହିତ୍ୟ ସୃଜନୀ, ଜିଞାସା, କୌଶଳୀ, କ୍ରୀଡାଙ୍ଗନ, ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଇକୋ କ୍ଲବ ପ୍ରଦର୍ଶନୀ, ଇନ୍ସପାଇରିଙ୍ଗ ଓଡିଶା ୨୦୩୬ଏବଂ ନିପୁଣ ଓଡିଶା ପ୍ରକଳ୍ପରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ବକୋଦା ର ପ୍ରଧାନ ଶିକ୍ଷକ ନରେଶ ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ପି ଏମ ଶ୍ରୀ ଉତ୍ସବ ୨୦୨୬ ରେ ନିୟୋଜିତ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ ସଫଳ ହୋଇଥିଲା ।

 

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *