July 2, 2025
Home » ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

0
WhatsApp Image 2025-01-09 at 8.46.47 PM

ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ତା:୦୯.୦୧. ୨୦୨୫ ରିଖ, ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ନବରଙ୍ଗପୁର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ଛତ୍ରପତି ସାହୁ ଅଧ୍ୟକ୍ଷତା କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୁନୁ ନାୟକ, ଅଧ୍ୟକ୍ଷ ନବରଙ୍ଗପୁର ପୌର ପରିଷଦ , ମୁଖ୍ୟବକ୍ତା ରୂପେ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, , ସମ୍ମାନୀତ ଅତିଥି ରୂପେ ଡ ରେଶମ ଲାଲ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ,ମନୋଜ କୁମାର ବେହେରା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଅରବିନ୍ଦ ମଢେଇ, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ଗୋଷ୍ଠୀ ଶିକ୍ଷ୍ୟାଧିକରି ରମେଶ ଚନ୍ଦ୍ର ରାୟ, ସୁପ୍ରିୟା ନାୟକ, ଜଗନ୍ନାଥ ଧାରୁଆ, ସୁଭେନ୍ ମଣ୍ଡଳ, ବିକାଶ ସରକାର, ଷୌମେନ୍ଦ୍ର ଭୋଇମିକ ଓ ଈଶ୍ୱର ମାଝୀ ପ୍ରମୁଖ , ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଓ ଶ୍ରୀ ଜଗଦାନନ୍ଦ ସୁନାରି, ଜିଲ୍ଲା ସଂଯୋଜକ, ଅନ୍ତର୍ଣିବେଶି ଶିକ୍ଷା ପ୍ରମୁଖ ଯୋଗଦେଇଥିଲେ।ମୁଖ୍ୟଅତିଥି ଓ ଅନ୍ୟ ଅତିଥି ଗଣ ପ୍ରବାସୀ ଭାରତୀୟ ଦିବସ ର ତାତ୍ପର୍ଯ୍ୟ ଓ ଦେଶ ଗଠନରେ ପ୍ରବାସୀ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥଲେ।ସଭାପତି ଶ୍ରୀ ସାହୁ ପ୍ରବାସୀ ଭାରତୀୟ ମାନେ ବିଦେଶରେ ପ୍ରମୁଖ କମ୍ପାନୀର ମୁଖ୍ୟଭାବେ ସୁଚାରୁରୂପେ କାର୍ଯ୍ୟ କରି ଦେଶର ନାମକୁ ଉଚ୍ଚା କରିଛନ୍ତି।ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷାରେ ପ୍ରବାସୀ ଭାରତୀୟଙ୍କ ଅବଦାନ ବହୁତ ରହିଛି। ଉଦଯାପନୀ ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥିଲା ଓ ଶ୍ରୀ ବାଳକୃଷ୍ଣ ସାହୁ, ରାଜେଶ ନାୟକ ଓ ସମଗ୍ର ଶିକ୍ଷାର କର୍ମଚାରୀ ସହଯୋଗୀ କରିଥିଲେ। ଶ୍ରୀ ଜଗଦାନନ୍ଦ ସୁନାରି ଧନ୍ୟବାଦ୍ ଅର୍ପଣ କରିଥଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *